ଢେଙ୍କାନାଳ:କାଇମାଟି ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଅଜଣା ଗାଡ଼ି ଧକ୍କାରେ ଏକ ବାଇକ ପୋଲ ତଳକୁ ଖସି ପଡ଼ି ପାଣିରେ ପଡ଼ିଛି। ଯାହା ଫଳରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ପୋଲ ଭାଙ୍ଗି ଖାଲକୁ ଖସିଲା ବାଇକ, 2 ଯୁବକ ମୃତ - ଢେଙ୍କାନାଳରେ ପୋଲ ତଳକୁ ଖସିଲା ବାଇକ
ଅଜଣା ଗାଡ଼ି ଧକ୍କାରେ ପୋଲ ତଳକୁ ଖସିଲା ବାଇକ । ଦୁର୍ଘଟଣାରେ ଦୁଇ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ପୋଲ ତଳକୁ ଖସିଲା ବାଇକ, 2 ଯୁବକଙ୍କ ମୃତ୍ୟୁ
ମୃତକ ଦୁଇଜଣ ସଦର ଥାନା ଅନ୍ତର୍ଗତ ସାରିଆପଡା ଗ୍ରାମର ସତ୍ୟରଞ୍ଜନ ଦଳେଇ ଓ ବିକାଶ ନାଏକ ବୋଲି ଜଣାପଡ଼ିଛି । ଗତ ରାତିର ବିଳମ୍ବିତ ପ୍ରହରରେ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଇଛି । ଉଭୟ ଯୁବକ ଭୁବନ ଯାଇ ଗତ ରାତିରେ ଘରକୁ ଫେରୁଥିଲେ। ତେବେ ଆଜି ସକାଳେ ସ୍ଥାନୀୟ ଲୋକ ଦେଖି ପୁଲିସକୁ ଖବର ଦେଇଥିଲେ । ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଓ ବାଇକ ଉଦ୍ଧାର କରି ତଦନ୍ତ ଜାରି ରଖିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ