ଓଡିଶା

odisha

ETV Bharat / state

ଦମ୍ପତିଙ୍କ ଉପରେ ମାଡିଗଲା ଟ୍ରକ, ମହିଳା ମୃତ - ଢେଙ୍କାନାଳ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା

ଢେଙ୍କାନାଳ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ସାଇକେଲ ଉପରେ ଏକ ଟ୍ରକ ମାଡିଯିବା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ । ଅଧିକ ପଢ଼ନ୍ତୁ...

truck run over a cycle, road accident in dhenkanal, woman died in accident,  ସାଇକେଲ ଉପରେ ମାଡିଗଲା ଟ୍ରକ, ଢେଙ୍କାନାଳ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା, ସଡକ ଦୁର୍ଘଟଣା ମହିଳା ମୃତ
ସାଇକେଲ ଉପରେ ମାଡିଗଲା ଟ୍ରକ, ମହିଳା ମୃତ

By

Published : Jan 17, 2020, 9:56 PM IST

ଢେଙ୍କାନାଳ: ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଓଡିଶ ବାରୁଆଁ ପୁର୍ତ୍ତ ବିଭାଗ ରାସ୍ତାରେ ସଡକ ଦୁର୍ଘଟଣା । ସାଇକେଲ ଉପରେ ଏକ ଟ୍ରକ ମାଡିଯିବା ଫଳରେ ସାଇକେଲରେ ସ୍ବାମୀଙ୍କ ସହ ଯାଉଥିବା ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ।

ସାଇକେଲ ଉପରେ ମାଡିଗଲା ଟ୍ରକ, ମହିଳା ମୃତ

ମୃତ ମହିଳା ଜଣକ ଭୁବନ ଥାନା ଅନ୍ତର୍ଗତ ଓଡିଶ ଗ୍ରାମର ମହେଶ୍ବର ଦାସଙ୍କ ପତ୍ନୀ ଗୁରୁବାରୀ ଦାସ ବୋଲି ଜଣାପଡିଛି । ଶୁକ୍ରବାର ଗୁରୁବାରୀ ସ୍ବାମୀଙ୍କ ସହିତ ସାଇକେଲ ଯୋଗେ ଓଡିଶ ଡାକ୍ତରଖାନାକୁ ଯାଉଥିଲେ । ଡାକ୍ତରଖାନା କିଛି ଦୂରରେ ଏକ ଟ୍ରକ ତାଙ୍କ ସାଇକେଲ ଉପରକୁ ମାଡି ଯାଇଥିଲା । ଫଳରେ ଦମ୍ପତିଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମର ଲୋକମାନେ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ତେବେ ଗୁରୁବାରୀଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ସ୍ବାମୀ ମହେଶ୍ବର ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ଥିବାବେଳେ ଗ୍ରାମବାସୀ ମୃତଦେହ ରଖି ରାସ୍ତା ଅବରୋଧ କରିଥିଲେ । ଖବରପାଇ ଭୁବନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ହଟିଥିଲା । ପୋଲିସ ମୃତଦେହ ଉଦ୍ଧାର କରି ଭୁବନ ଡାକ୍ତରଖାନାକୁ ବ୍ୟବଚ୍ଛେଦ କରିବାକୁ ପଠାଇ ଅଧିକ ତଦନ୍ତ ଚଳାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details