ଢେଙ୍କାନାଳ: ବାଇକ ଉପରେ ଚଢ଼ିଗଲା ଟ୍ରକ । ଘଟଣାସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ଢେଙ୍କାନାଳ ଜିଲ୍ଲା ଏନଏଚ-୫୩ ର ଭୁବନ ଥାନା ଅନ୍ତର୍ଗତ ଶ୍ୟାମାଳା ଜଙ୍ଗଲ ନିକଟରେ ଏହି ସଡକ ଦୁର୍ଘଟଣା ଘଟିଛି । ମୃତ ଯୁବକ ଜଣକ ଭୁବନ ଥାନା ଅନ୍ତର୍ଗତ କୀର୍ତ୍ତନପୁର ଗ୍ରାମର ୩୮ ବର୍ଷିୟ ଶ୍ରୀକାନ୍ତ ଧୀର ବୋଲି ଜଣାପଡିଛି । ସେ ତାଳଚେରରେ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି ।
ବାଇକ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ - ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥରରେ ସଡ଼କ ଦୁର୍ଘଟଣା
ଢେଙ୍କାନାଳ ୫୩ ନମ୍ବର ଜାତୀୟ ରାଜପଥର ଭୁବନ ଶ୍ୟାମାଳା ଜଙ୍ଗଲ ନିକଟରେ ଏକ ବାଇକ ଉପରେ ଟ୍ରକ ଚଢି ଯାଇଥିବାରୁ ଜଣଙ୍କର ମୃତ୍ୟୁ ଘଟିଛି । ଅଧିକ ପଢନ୍ତୁ...
ବାଇକ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ
ବାଇକ ଉପରେ ଚଢ଼ିଗଲା ଟ୍ରକ, ଘଟଣାସ୍ଥଳରେ ଜଣେ ମୃତ
ଗତ ବିଲମ୍ବିତ ରାତିରେ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ଜାତୀୟ ରାଜପଥ ୫୩ ନଂ ଭୁବନ ଥାନା ଅନ୍ତର୍ଗତ ଶାମଳ ଜଙ୍ଗଲ ନିକଟରେ ଟ୍ରକ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଜି (ମଙ୍ଗଳବାର) ସକାଳେ ଲୋକେ ଦେଖି ଭୁବନ ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ମୃତଦେହ ଜବତ କରି ଭୁବନ ମେଡିକାଲକୁ ମୃତଦେହ ବ୍ୟବଛେଦ ପାଇଁ ପଠାଇଛନ୍ତି । ଦୁର୍ଘଟଣା ଘଟିଥିବା ଟ୍ରକ ପଳାଇଯାଇଥିବା ଜଣାପଡିଛି । ଭୁବନ ପୋଲିସ ଘଟଣାର ତଦନ୍ତ ଚଳାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ