ଓଡିଶା

odisha

ETV Bharat / state

ଗୋ-ଚାଲାଣବେଳେ ଦୁର୍ଘଟଣା, 20ରୁ ଊର୍ଦ୍ଧ୍ବ ଗୋରୁ ମୃତ - angul

ଗୋ-ଚାଲାଣବେଳେ ଦୁର୍ଘଟଣା ଘଟି ଗାଈ ଓ ବଳଦଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା ଗଁଦିଆର ଧନିଆଁ ନାଳ ନିକଟରେ ଏହି ଘଟଣା ଘଟିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

By

Published : May 13, 2019, 10:50 AM IST

ଅନୁଗୋଳ: ଗୋ-ଚାଲାଣବେଳେ ଦୁର୍ଘଟଣା । 20ରୁ ଅଧିକ ଗୋରୁ ମୃତ । ଢେଙ୍କାନାଳ ଜିଲ୍ଲା ଗଁଦିଆର ଧନିଆଁ ନାଳ ନିକଟରେ ଗୋରୁ ବୋଝେଇ ଟ୍ରକ ଓଲଟି ପଡିବାରୁ ଏଭଳି କାଣ୍ଡ ଘଟିଥିବା ସୂଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଅନୁଗୋଳ

ସୂଚନା ଅନୁସାରେ, ଧନିଆଁ ନାଳ ନିକଟରେ ଗୋରୁ ବୋଝେଇ ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଫଳରେ 20ରୁ ଅଧିକ ଗାଈ ଓ ବଳଦଙ୍କ ମୃତ୍ୟୁ ଘଟିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋରୁଙ୍କୁ ଉଦ୍ଧାର କରିଛି ।

ତେବେ ଦୁର୍ଘଟଣାଗ୍ରସ୍ତ ଗାଡିଟି ଗୋରୁଙ୍କୁ ନେଇ କୋଲକାତା ଯାଉଥିବା ଜଣାପଡିଛି ।

ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details