ଓଡିଶା

odisha

By

Published : May 20, 2021, 7:28 AM IST

ETV Bharat / state

ପୋଖରୀରେ ବୁଡି ଟଲି ଚାଳକ ମୃତ

ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ-୨ କଲୋନୀ ସାହିର ବିଳାସ ବେହେରା ନାମକ ଜଣେ ବ୍ୟକ୍ତି ପୋଖରୀରେ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ...

ପୋଖରୀରେ ବୁଡି ଟଲି ଚାଳକ ମୃତ
ପୋଖରୀରେ ବୁଡି ଟଲି ଚାଳକ ମୃତ

ଢେଙ୍କାନାଳ:ପୋଖରୀରେ ବୁଡି ଜଣେ ଟ୍ରଲି ଚାଳକଙ୍କର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ୍ବାର୍ଡ ନଂ-୨ କଲୋନୀ ସାହିର ବିଳାସ ବେହେରା ।

ପୋଖରୀରେ ବୁଡି ଟଲି ଚାଳକ ମୃତ

ପ୍ରତିଦିନ ଘରୁ ନିଜର ଟ୍ରଲି ଧରି ଭୁବନ ବଜାରକୁ ରୋଜଗାର ଆଶା ନେଇ ଯାଆନ୍ତି । ଯାହା ରୋଜଗାର ହୁଏ ସେଥିରେ ପରିବାର ପ୍ରତିପୋଷଣ କରିଥାନ୍ତି । ବୁଧବାର ମଧ୍ୟ ଟ୍ରଲି ଧରି ଭୁବନ ବଜାରକୁ ଆସିଥିଲେ ବ୍ୟବସାୟ ପାଇଁ । କାମ ସାରି ସଂନ୍ଧ୍ୟାରେ ଘରକୁ ଫେରିଥିଲେ । ଫେରିବା ବାଟରେ ଜାତୀୟ ରାଜପଥ ୫୩ ଅନ୍ତର୍ଗତ କଲେଜ ରୋଡ ନିଳମାଧବ ପେଟ୍ରୋଲ ପମ୍ପ ନିକଟ ପୋଖରୀରେ ଗାଧୋଇବାକୁ ଯାଇ ବୁଡିଯାଇଥିଲେ ।

ପୋଖରୀରେ ମୃତଦେହ ଭାସୁଥିବା ଦେଖି ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ସ୍ଥାନୀୟ ଲୋକେ ମୃତଦେହକୁ ପାଣିରୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଭୁବନ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରିଥିଲେ । ଭୁବନ ଡାକ୍ତରଖାନାରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details