ଢେଙ୍କାନାଳ: ପୋଲିସ ବାହୀନି ଆମ ସୁରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଛନ୍ତି । ବୁଧବାର ସାରା ରାଜ୍ୟରେ 61ତମ ପୋଲିସ ଶହୀଦ ଦିବସ ପାଳିତ ହୋଇଛି । ଏହି ଅବସରରେ ଢେଙ୍କାନାଳ ଜିଲ୍ଲାରେ ସହିଦ ପୋଲିସ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ଢେଙ୍କାନାଳରେ ଶହୀଦ ପୋଲିସଙ୍କୁ ଶ୍ରଦ୍ଧାଞ୍ଜଳୀ - Tribute to the martyred police
ପୋଲିସ ବାହୀନର ତ୍ୟାଗ ଓ ବଳିଦାନକୁ ମନେପକାଇଲେ ରାଜ୍ୟବାସୀ । 61ତମ ପୋଲିସ ଶହୀଦ ଦିବସରେ ଢେଙ୍କାନାଳ ଜିଲ୍ଲାରେ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି । ଅଧିକ ପଢନ୍ତୁ...
ରିଜର୍ଭ ପୋଲିସ ପଡିଆରେ 61ତମ ପୋଲିସ ସହିଦ ଦିବସ ପାଳନ କରି ପୋଲିସ ବାହିନୀଙ୍କ ତ୍ୟାଗ ଓ ବଳିଦାନକୁ ମନେ ପକାଇଛନ୍ତି ଢେଙ୍କାନାଳବାସୀ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସହିଦମାନଙ୍କ ନାମ ପାଠ କିରବା ସହ ବୀର ସହିଦଙ୍କ ଉଦ୍ଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି ଅବସରରେ କୋରନା ଯୋଦ୍ଧା ଭାବେ ଜୀବନ ହାରିଥିବା ଢେଙ୍କାନାଳର ପ୍ରାଣବନ୍ଧୁ ସେଠିଙ୍କ ସମେତ ରାଜ୍ୟର ଅନ୍ୟ କୋରନା ଯୋଦ୍ଧା ମାନଙ୍କ ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ସହିଦମାନଙ୍କର ନାମ ପଠନ କରିବା ସହ ବୀର ସହିଦଙ୍କ ଉଦେଶ୍ୟରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଆରଖି ଅଧୀକ୍ଷକ ବିନୟକୃଷ୍ଣ କାମିଲା ଯୋଗଦେଇ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ କୋରନା ଯୋଦ୍ଧା ଭାବେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପୋଲିସ ପଦାଧିକାରୀମାନେ ଯୋଗ ଦେଇଥିଲେ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ