ଓଡିଶା

odisha

ETV Bharat / state

ଆଦିବାସୀ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବି - ଆଦିବାସୀଙ୍କ ସାର୍ନାଧର୍ମ

ଆଦିବାସୀ ମାନଙ୍କ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବି ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗର୍ଜିଲେ ଆଦିବାସୀ । ଏହି ଉଦେଶ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ଆଦିବାସୀ ସଂଗଠନ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବିରେ ଏକ ବିରାଟ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

ଆଦିବାସୀ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବି
ଆଦିବାସୀ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବି

By

Published : Feb 5, 2021, 9:26 AM IST

ଢେଙ୍କାନାଳ: ଆଦିବାସୀଙ୍କ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବି ନେଇ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ ଗର୍ଜିଲେ ଆଦିବାସୀ । ଏହି ଉଦେଶ୍ୟରେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡର ବିଭିନ୍ନ ଆଦିବାସୀ ସଂଗଠନ ତରଫରୁ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବିରେ ଏକ ବିରାଟ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଏକ ବିଶାଳ ଶୋଭାଯାତ୍ରାରେ ଯାଇ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି l

ଆଦିବାସୀ ସାର୍ନାଧର୍ମକୁ ସରକାରୀ ମାନ୍ୟତା ଦାବି

ମାଝୀ ପାଗ୍ରାଁନା ମହଲ, ଆଦିବାସୀ ସାନରl ସମିତି, ଆଦିବାସୀ ମୁକ୍ତି ସଂଗଠନ ଓ ଆଦିବାସୀ ଚେତନା ସଂଗଠନ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କେନ୍ଦୁଝର, ଯାଜପୁର ସୀମାନ୍ତ ଓ ଢେଙ୍କାନାଳ ଜିଲ୍ଲାର ପ୍ରାୟ ଦୁଇ ହାଜାରରୁ ଅଧିକ ଆଦିବାସୀମାନେ ଏହି ବିଖୋଭ ଶୋଭାଯାତ୍ରାରେ ଯୋଗ ଦେଇଥିଲେ ।

ସ୍ବାଧୀନତାର ଦୀର୍ଘ ଦଶନ୍ଧିର ଅବସାନ ପରେ ମଧ୍ୟ ଆଦିବାସୀମାନଙ୍କ ମୁଖ୍ୟ ସାର୍ନାଧର୍ମକୁ ସରକାରୀ ସ୍ତରରେ ଅନୁମୋଦନ ମିଳିପାରିନାହିଁ । ଏହି ଦାବିରେ ଆଜି ସ୍ଥାନୀୟ ଜିରିଡାମାଳି ଛକ ଠାରୁ ବିଭିନ୍ନ ଆଦିବାସୀ ସଂଗଠନର ପୁରୁଷ ଓ ମହିଳାମାନେ ପାରମ୍ପରିକ ବେଷ ପୋଷାକ, ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ବିଭିନ୍ନ ନାରାବାଜି କରି ଏକ ବିଶାଳ ଶୋଭାଯାତ୍ରାରେ ବାହାରି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ ।

ଉପଜିଲ୍ଲାପାଳଙ୍କୁ ଭେଟି ମହାମହିମ ରାଷ୍ଟ୍ରପତିଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଥିଲେ । ଆଗାମୀ ଦିନରେ ଯଦି ଆଦିବାସୀଙ୍କ ବିଭିନ୍ନ ସମସ୍ୟା ଉପରେ ସରକାର କୌଣସି ପଦକ୍ଷେପ ଗ୍ରହଣ ନକରନ୍ତି ତାହା ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଆଦିବାସୀ ସଂଗଠନମାନଙ୍କ ପକ୍ଷରୁ ଚେତାବନୀ ଦେଇଛନ୍ତି l

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details