ଢେଙ୍କାନାଳ: କୋରନା କଟକଣା ନେଇ ଢେଙ୍କାନାଳରେ ରଥଟଣା ବନ୍ଦ ହୋଇଯାଇଛି । ଫଳରେ ଢେଙ୍କାନାଳର ଆରାଧ୍ୟ ସିଦ୍ଧ ବଳରାମ ଜୀଉଙ୍କର ରଥଟଣା କାର୍ଯ୍ୟ ହୋଇ ନଥିଲେ ମଧ୍ୟ କେବଳ ପରମ୍ପରା ରଖିବାକୁ ବଳରାମ ମନ୍ଦିର ମଧ୍ୟରେ ନୀତିକାନ୍ତି କରାଯାଇଥିଲା ବୋଲି ଢେଙ୍କାନାଳ ଜିଲାପାଳ କହିଛନ୍ତି ।
ଢେଙ୍କାନାଳର ରଥଯାତ୍ରା ପରମ୍ପରା ମୁତାବକ ରାଜପ୍ରସାଦରୁ ତିନି ଠାକୁରଙ୍କୁ ବଳରାମ ମନ୍ଦିରକୁ ଅଣାଯାଇ ସେଠାରେ ପହଣ୍ଡି କରାଯାଇଥିଲା । ପ୍ରଥା ପାଳନ କରିବାକୁ ପ୍ରସ୍ତୁତ କରାଯାଇଥିବା ଏକ ଛୋଟ ରଥକୁ ପ୍ରତୀକ ଭାବେ ମନ୍ଦିର ମଧ୍ୟରେ ରଖାଯାଇଥିଲା । ରାଜପରିବାର ପକ୍ଷରୁ ରାଜା କାମାକ୍ଷାପ୍ରସାଦ ସିଂହଦେଓଙ୍କ ଅନୁପସ୍ଥିତିରୁ ଯୁବରାଜ ଅମରଜ୍ୟୋତି ସିଂହଦେଓ ଛେରାପହଁରା କରିଥିଲେ । ରଥଯାତ୍ରାର ପରମ୍ପରା ମୁତାବକ ଜୀଉମାନଙ୍କର ସମସ୍ତ ନୀତିକାନ୍ତି ମଦିର ଭିତରେ ସେବାୟତ ମାନେ କରିଥିଲେ । ପରେ ଜୀଉ ମାନଙ୍କୁ ଏକ ଅସ୍ଥାୟୀ ଗାଦିରେ ରଥାରୂଢ ପୂର୍ବକ ରଥ ଯାତ୍ରାର ପ୍ରଥା ରଖାଯାଇଛି ।