ଢେଙ୍କାନାଳ: ରଙ୍ଗର ପର୍ବ ହୋଲି । ଚାରିଆଡେ ଉତ୍ସବର ମାହୋଲ। କୋରୋନା ଭାଇରସ ଆଶଙ୍କାରେ ହୋଲିର ରଙ୍ଗ ଫିକା ପଡିଥିଲେ ମଧ୍ୟ ପରମ୍ପରାକୁ ଭୁଲି ନାହାନ୍ତି ଲୋକେ। ଏସବୁ ମଧ୍ୟରେ ଢେଙ୍କାନାଳର ସ୍ବଧାର ଓ ଶିଶୁ ଗୃହରେ ପାଳିତ ହୋଇଥିବା ହୋଲ ଉତ୍ସବର ମାହୋଲ ନିଶ୍ଚିତ ଭାବେ ନିଆରା ବୋଲି ପ୍ରକାଶ କରନ୍ତି ଆୟୋଜକ।
ପରିସ୍ଥିତି ଚକ୍ରରେ ନିଜ ପରିବାର ଠାରୁ ଦୁରେଇ ରହିଥିବା ଏହି ସ୍ବଧାର ଗୃହ ଅନ୍ତବାସୀମାନଙ୍କ ମନରେ ଏହି ଉତ୍ସବ ଆଣି ଦେଇଛି ଅମାପ ଖୁସି। ସ୍ଥାନୀୟ ଯୁବଗୋଷ୍ଠୀ ହେଲପିଂ ହ୍ୟାଣ୍ଡର ସଦସ୍ୟମାନେ ଏଠାରେ ଆସି ସାମିଲ ହୋଇଥିଲେ। କୋରୋନା ଭାଇରସଠାରୁ ଦୂରେଇ ରହିବାକୁ ବଜାରର ରଙ୍ଗକୁ ଏଡାଇଛନ୍ତି ଏମାନେ। ଏହି ଅବସରରେ ସ୍ବଧାର ଗୃହର କୁନିକୁନି ପିଲାଙ୍କଠାରୁ ବୃଦ୍ଧବୃଦ୍ଧାଙ୍କ ପର୍ଯ୍ୟନ୍ତ ହୋଲିର ମାହୋଲରେ ମସଗୁଲ ହୋଇ ପଡିଥିଲେ।