ଓଡିଶା

odisha

ETV Bharat / state

ବିଜୟା ଦଶମୀରେ ନିଆରା ପର୍ବ, ଭୁବନର ବଳଦ ଯାତ୍ରା - ବଳଦ ଯାତ୍ରା

ବିଜୟା ଦଶମୀ ଅବସରରେ ଢେଙ୍କାନାଳ ଭୁବନର ବଳଦ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ଅଧିକ ପଢନ୍ତୁ

ଭୁବନର ବଳଦ ଯାତ୍ରା
ଭୁବନର ବଳଦ ଯାତ୍ରା

By

Published : Oct 7, 2022, 9:40 PM IST

ଢେଙ୍କାନାଳ: ବଳଦ ଯାତ୍ରା... ଯେ କେହି ବି ଏହି ଯାତ୍ରା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । କାରଣ ରାଜ୍ୟରେ ବିଭିନ୍ନ ଯାତ୍ରା ହେଉଥିବା ବେଳେ ବଳଦ ଯାତ୍ରା ଖୁବ୍ କମ ସ୍ଥାନରେ ହୋଇଥାଏ । ଶାରଦୀୟ ଦୁର୍ଗା ପୂଜାର ବିଜୟା ଦଶମୀ ଦିନ ଅନୁଷ୍ଠିତ ହୋଇଥାଏ ଏହି ନିଆରା ଯାତ୍ରା । ଚଳିତ ବର୍ଷ ବିଜୟା ଦଶମୀରେ ଢେଙ୍କାନାଳ ଭୁବନର ବଳଦ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ହଜାର ହଜାର ବର୍ଷର ଏହି ପରମ୍ପରା ଓ ପ୍ରଥାକୁ ଆଜିବି ମହା ଆଡମ୍ବର ପାଳନ କରୁଛନ୍ତି ଭୁବନବାସୀ । ଏହି ଯାତ୍ରାରେ ବଳିଷ୍ଠ ବଳଦମାନଙ୍କୁ ବିଭିନ୍ନ ବେଶ ପୋଷାକରେ ସଜ୍ଜାଯାଇ ସହର ପରିକ୍ରମା କରାଯାଏ ।

ଭୁବନର ବଳଦ ଯାତ୍ରା

ପରମ୍ପରା ମୁତାବକ ଥୋରିଆ ସଂପ୍ରଦାୟର ଲୋକମାନଙ୍କ ସହ ଅନ୍ୟ ସଂପ୍ରଦାୟର ଲୋକମାନେ ପବିତ୍ର ବିଜୟା ଦଶମୀରେ ବଳଦ ଯାତ୍ରା କରି ଶୁଭ ଅନୁକୂଳ କରିଥାନ୍ତି । ତେବେ ଅନୁକୂଳ ଯାତ୍ରା ପାଇଁ ଥୋରିଆ ଜାତିର ଲୋକମାନେ ଇଷ୍ଟଦେବୀ ମା ବଣିଜାରୀଙ୍କ ଠାରେ ପୂଜାର୍ଚ୍ଚନା କରିଥାନ୍ତି । ଅପରାହ୍ନରେ ଶୋଭାଯାତ୍ରା ବାହାରିବା ପୂର୍ବରୁ ପ୍ରଥା ଅନୁଯାୟୀ ପ୍ରଥମେ ଥୋରିଆ ଜାତିର ମହିଳା ମାନେ ଶୁଭର ପ୍ରତିକ ଗଡିଶା ମାଛକୁ ବଳଦ ଗୋଡରେ ପକାଇ ବନ୍ଦାପନା କରିଥାନ୍ତି ।

ଏହା ମଧ୍ୟ ପଢନ୍ତୁ-ପ୍ରକାଶ ପାଇଲା 2020 OAS ରେଜଲ୍ଟ, ତେଜସ୍ୱିନୀ ବେହେରା ଟପ୍ପର

ଥୋରିଆଙ୍କ ବଳଦ ତିନୋଟି ମନ୍ଦିରରେ ଦର୍ଶନ ସାରି ଦଶହରା ପଡିଆରୁ ଫେରିବା ପରେ ଗୁଜୁରିହାଟରୁ ଅନ୍ୟ ପାଟକର ବଳଦଙ୍କୁ ସାଥିରେ ଧରି ଅନୂକୁଳ ଯାତ୍ରା କରିଥାନ୍ତି । ତେବେ ଭୁବନରେ ଦୁଇରାତି ଏହି ଯାତ୍ରା ପାଳିତ ହେବାକୁ ଥିବାବେଳେ ଅନୁକୂଳ ଯାତ୍ରା ବେସ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଛି । ଚଳିତ ବର୍ଷ ଏହି ବଳଦ ଯାତ୍ରାରେ ୩୨ଟି ବଳଦ ସାମିଲ ଥିଲେ । ବଳଦ ଯାତ୍ରାର ପରମ୍ପାରା ମୁତାବକ ପୂର୍ବରୁ ଏହି ବଳଦ ଗୁଡିକୁ ସ୍ୱତନ୍ତ୍ର ତାଲିମ ଦିଆଯାଇଥିଲା ।

ବଳଦ ଗୁଡିକୁ ବିଭିନ୍ନ ଜରି, ଫୁଲ ଓ ରଙ୍ଗ ବେରଙ୍ଗର ପକ୍ଷୀ ପରରେ ସୁସଜ୍ଜିତ କରାଯାଇ ବେକରେ ଘଣ୍ଟି ବନ୍ଧାଯାଇ ଯାତ୍ରାରେ ସାମିଲ କରାଯାଇଥିବା ଦେଖିବାକୁ ମିଳିଥିଲା । ଅପରପକ୍ଷରେ ଦଶହରା ପର ଦିନ ଏହି ବଳଦ ଯାତ୍ରାରେ ଭୁବନର ୧୧ଟି ମଣ୍ଡପରେ ପୂଜା ପାଇଥିବା ମା ଦୁର୍ଗାଙ୍କ ମୂର୍ତ୍ତିକୁ ବିସର୍ଜନ ପାଇଁ ସାମିଲ କରାଯାଇଥିଲା । ଏହି ଅବସରରେ ସୁସଜ୍ଜିତ ବଳଦଙ୍କୁ ଏକ ବିରାଟ ପଟୁଆରରେ ଭୁବନ ପରିକ୍ରମା କରାଯାଇଥିଲା । ଭୁବନ ବାସୀ ବିଭିନ୍ନ ଘଣ୍ଟ ଘଣ୍ଟା ସହ ବିଭିନ୍ନ ପାରମ୍ପରିକ ବାଦ୍ୟ ଯନ୍ତ୍ର ସାଙ୍ଗକୁ ଅତ୍ୟାଧୁନିକ ବାଜାର ରୋଷଣୀରେ ସାମିଲ ହୋଇଥିଲେ । ଏହି ପାରମ୍ପରିକ ବଳଦ ଯାତ୍ରା ପ୍ରଶାସନ ଓ ଶାନ୍ତିକମିଟି ମିଳିତ ସହଯୋଗରେ ଶାନ୍ତି ଶୃଙ୍ଖଳାର ସହ ସମାପନ ହୋଇଯାଇଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details