ଢେଙ୍କାନାଳ : କାର ଦୁର୍ଘଟଣା ଯୋଗୁଁ ଚାଲିଗଲା ଜଣେ ଆର୍ମି ଯବାନଙ୍କ ଜୀବନ । ଯବାନଙ୍କ ସହ କାରରେ ଥିବା ତାଙ୍କର ଅନ୍ୟ ଜଣେ ବନ୍ଧୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ପୁରୁଣା କଟକ ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ଘଟିପିରି ନିକଟସ୍ଥ ଧର୍ମକଣ୍ଟା ନିକଟରେ ଏପରି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ମୃତକ ଯବାନ ଜଣଙ୍କ ସ୍ଥାନୀୟ ରାସୋଳ ଥାନା ଅନ୍ତର୍ଗତ ଗଣ୍ଡାନାଳୀ ଗ୍ରାମର ଗୋପବନ୍ଧୁ ରାଉତ ବୋଲି ଜଣାପଡିଛି ।
କାରକୁ ଧକ୍କା ଦେଲା ଟିପ୍ପର: ଆର୍ମି ଯବାନଙ୍କ ସହ 2 ମୃତ - dhenkanal accident one soldier dead
କାର ଦୁର୍ଘଟଣାରେ ଚାଲିଗଲା ଆର୍ମି ଯବାନଙ୍କ ଜୀବନ । ପୁରୁଣା କଟକ ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ଘଟିପିରି ନିକଟରେ କାରକୁ ଧକ୍କା ଦେଲା ଟିପ୍ପର । ଦୁର୍ଘଟଣାରେ ଆର୍ମି ଯବାନଙ୍କ ସହ ଦୁଇ ମୃତ । ଅଧିକ ପଢନ୍ତୁ...
କାରକୁ ଧକ୍କା ଦେଲା ଟିପ୍ପର: ଆର୍ମି ଯବାନଙ୍କ ସହ ଦୁଇ ମୃତ
ଅନ୍ୟ ଜଣେ ହେଲେ ଭାପୁର କୋତ୍ତମ ଗ୍ରାମର ମନୋଜ ବେହେରା । ଗୋପବନ୍ଧୁ ଛୁଟିରେ ଗାଁକୁ ଆସିଥିବାବେଳେ ତାଙ୍କର ଘର କାମ ଯୋଗୁଁ ଢେଙ୍କାନାଳରେ ମିସ୍ତ୍ରୀକୁ ଛାଡି କାର ଯୋଗେ ନିଜ ସାଙ୍ଗ ମନୋଜଙ୍କ ସହ ଘରକୁ ଫେରିଥିଲେ । ତେବେ ବିପରୀତ ଦିଗରୁ ଆସୁଥିବା ଏକ ଟିପ୍ପର ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରୁ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ମାତ୍ର ବାଟରେ ଉଭୟଙ୍କର ମୃତ୍ୟୁ ଘଟିଛି । ସେପଟେ ଦୁର୍ଘଟଣା ଘଟିଥିବା ଟିପ୍ପର ଡ୍ରାଇଭର ଫେରାର ହୋଇ ଯାଇଥିବାବେଳେ ପୋଲିସ ଟିପ୍ପରକୁ ଜବତ କରିଛି।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ