ଢେଙ୍କାନାଳ: ଶେଷ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମହିମା ମେଳା । 3ଦିନ ଧରି ଚାଲିଥିବା ଏହି ମେଳାର ଆଜି ହେଉଛି ଉଦଯାପନୀ ଦିବସ ।
ଯୋରନ୍ଦା ମେଳା ମାଘ ଚର୍ତୁଦର୍ଶୀ ଠାରୁ ଆରମ୍ଭ ହୋଇ ତିନିଦିନ ଧରି ମାଘ ପୂର୍ଣ୍ଣିମା ଦିନ ଉଦଯାପନ କରାଯାଇଥାଏ । ମେଳାର ଅନ୍ତିମ ଦିନରେ ମହିମା ସାଧୁମାନେ ପ୍ରାତଃରୁ ନୀତିକାନ୍ତି ସାରି ମଧ୍ୟାହ୍ନ ଧୂପ ପରେ ସଂନ୍ଧ୍ୟାରେ ଝାଡଦୀପ ପ୍ରଜ୍ଜ୍ବଳନ କରିଥିଲେ। ଏହି ମାଘ ମେଳାର ଅନ୍ତିମ ଦିବସରେ ମୁଖ୍ୟ ଗାଦି ମନ୍ଦିରର କେବଳ ପଶ୍ଚିମ ଦ୍ବାରରେ ଗୋଟିଏ ଝାଡବତୀରେ ଓ ଶୂନ୍ୟ ମନ୍ଦିରରେ ଗୋଟିଏ ଝାଡବତୀ ଜଳିଛି ।