ଢେଙ୍କାନାଳ:ପୋଖରୀ କୂଳରୁ ତିନି ନବଜାତଙ୍କ ମୃତଦେହ ଉଦ୍ଧାର (Bodies of newborn babies found near pond) । ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି । ଆଜି ଇନ୍ଦିପୁର ଗ୍ରାମ ନିକଟରେ ଥିବା ନଟା ପୋଖରୀ କୂଳରେ ତିନି ନବଜାତ ଶିଶୁଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଛି । ଏହି ଘଟଣା ନଜରକୁ ଆସିବା ପରେ ଗ୍ରାମବାସୀ ପୋଖରୀ କୂଳରେ ରୁଣ୍ଡ ହୋଇଛନ୍ତି । ଖବର ପାଇ ସଦର ଥାନା ପୋଲସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ତେବେ କିଏ ଏବଂ କାହିଁକି ଏପରି ଭାବେ ମୃତ ନବଜାତଙ୍କୁ ପକାଇଛି ତାହା ଏ ଯାଏଁ ଅସ୍ପଷ୍ଟ ରହିଛି । ପୋଲିସ ଏହି ଘଟଣାରେ ତନାଘନା ଆରମ୍ଭ କରିଛି ।
ଏହାମଧ୍ୟ ପଢନ୍ତୁ: ୨୦୦ ଫୁଟ ଗଭୀର ବୋରୱେଲକୁ ଖସିଲା ବର୍ଷକର ଶିଶୁ, ୭ ଘଣ୍ଟା ପରେ ଉଦ୍ଧାର