ଓଡିଶା

odisha

ETV Bharat / state

ଭାଲୁ ଆକ୍ରମଣରେ ଯୁବକ ଗୁରୁତର - ଢେଙ୍କାନାଳରେ ଯୁବକଙ୍କୁ ଭାଲୁ ଆକ୍ରମଣ

କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ସ୍ଥାନୀୟ ଲୋକଙ୍କ ସହାୟତାରେ ମେଡିକାଲରେ ଭର୍ତ୍ତି । ଅଧିକ ପଢ଼ନ୍ତୁ...

ଭାଲୁ ଆକ୍ରମଣରେ ଯୁବକ ଗୁରୁତର
ଭାଲୁ ଆକ୍ରମଣରେ ଯୁବକ ଗୁରୁତର

By

Published : Oct 16, 2020, 1:33 PM IST

ଢ଼େଙ୍କାନାଳ: ଭାଲୁ ଆକ୍ରମଣରେ ଗୁରୁତର ଯୁବକ । ଶୁକ୍ରବାର କଙ୍କଡାହାଡ ଥାନା ତାରିଣୀପଶି ଗ୍ରାମର ଜଣେ ଯୁବକ ନିକଟସ୍ଥ ଜଙ୍ଗଲକୁ ଯାଇଥିବା ବେଳେ ଭାଲୁ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ଯୁବକ ଜଣକ ହେଲେ ଗୁରୁଚରଣ ହେମ୍ବ୍ରମ । ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାଲୁ ଆକ୍ରମଣରେ ଯୁବକ ଗୁରୁତର

ସୂଚନା ଅନୁଯାୟୀ, ଗୁରୁଚରଣ କାଠ ସଂଗ୍ରହ ପାଇଁ ଶୁକ୍ରବାର ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । କାଠ ନେଇ ଘରକୁ ଫେରୁଥିବା ବେଳେ ବାଟରେ ଭାଲୁ ସହ ମୁହାଁମୁହିଁ ହୋଇଥିଲେ । ଭାଲୁ ତାଙ୍କୁ ଆକ୍ରମଣ କରି ଜଙ୍ଘକୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଗୁରୁଚରଣଙ୍କୁ ଉଦ୍ଧାର କରି କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଛନ୍ତି ।

ଢ଼େଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details