ଓଡିଶା

odisha

ETV Bharat / state

କୋରୋନାର କରୁଣ ଚିତ୍ର: ପାଖ ମାଡିଲେନି କେହି, ସ୍ତ୍ରୀଙ୍କ ଆଗରେ ଆଖି ବୁଜିଲେ ସ୍ବାମୀ - ମହାମାରୀ କୋରୋନା

କୋରୋନାର କରୁଣ ଚିତ୍ର । ପତ୍ନୀ ଆଖି ଆଗରେ ଛଟପଟ ହୋଇ ଆଖି ବୁଜିଲେ ସ୍ବାମୀ । ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ। ଅଧିକ ପଢନ୍ତୁ...

The sad image of Corona: Husband dies in-front of his wife
କୋରୋନାର କରୁଣ ଚିତ୍ର: ପତ୍ନୀ ଆଖି ଆଗରେ ଛଟ ପଟ ହୋଇ ଆଖି ବୁଜିଲେ ସ୍ବାମୀ

By

Published : Sep 15, 2020, 12:32 PM IST

ଢେଙ୍କାନାଳ: ମହାମାରୀ କୋରୋନାର କରୁଣ ଚିତ୍ର ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ ତାକୁ କଳ୍ପନା କରାଯାଇ ନପାରେ। କେଉଁଠି ଆକ୍ରାନ୍ତଙ୍କୁ କେହି ସହଯୋଗର ହାତ ବଢ଼ାଉ ନାହାନ୍ତି ତ ଆଉ କେଉଁଠି କୋରୋନା ମୃତକଙ୍କୁ କାନ୍ଧ ମିଳୁ ନାହିଁ। ସବୁ ପ୍ରକାର ସମ୍ପର୍କକୁ ଛିନ୍ନ କରି ଦେଇଛି ମହାମାରୀ କରୋନା। ମରିଯାଇଛି ମାନବିକତା। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ଆଉଟ ଡୋର ସମ୍ମୁଖରେ। ଦେଖୁ ଦେଖୁ ସ୍ତ୍ରୀ ଆଖି ଆଗରେ ଚାଲିଗଲା ସ୍ବାମୀଙ୍କ ଜୀବନ । ପତ୍ନୀ କାନ୍ଦି କାନ୍ଦି ବିକଳ ହୋଇ ନିବେଦନ କରୁଥିଲେ, ହେଲେ କେହି ବି ସାହାଯ୍ୟର ହାତ ବଢାଇଲେ ନାହିଁ । ଆଉଟ ଡୋର ସମ୍ମୁଖରେ ସ୍ବାମୀର ଛାତିରେ ପତ୍ନୀ ମୁଣ୍ଡ ବାଡେଇ କାନ୍ଦିବା ସହ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଥିବାର ହୃଦୟ ବିଦାରକ ଦୃଶ୍ୟ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

କୋରୋନାର କରୁଣ ଚିତ୍ର: ପାଖ ମାଡିଲେନି କେହି, ସ୍ତ୍ରୀଙ୍କ ଆଗରେ ଆଖି ବୁଜିଲେ ସ୍ବାମୀ

ଡାକ୍ତରଙ୍କ ପାଖକୁ ବୋହି ନେବାପାଇଁ ସମସ୍ତଙ୍କୁ ଆକୁଳ ନିବେଦନ କରୁଛନ୍ତି ପତ୍ନୀ । ନିଜ ବନ୍ଧୁ ସମ୍ପର୍କୀୟ ଠାରୁ ଡାକ୍ତରଖାନା କର୍ମଚାରୀ ସମସ୍ତେ ଅଛନ୍ତି । ହେଲେ ପାଖକୁ କେହି ଆସୁନାହାନ୍ତି । ସତେ ଯେମିତି ମହାମାରୀ କୋରନା ସଂକ୍ରମଣର ଭୟାବହତା ଘାରିଛି ସମସ୍ତଙ୍କୁ । ଆଉ ଛିଡାଇ ଦେଇଛି ସମ୍ପର୍କର ଡୋରି । ହଜାଇ ଦେଇଛି ମାନବିକତା । ମୃତକ ଜଣଙ୍କ ଅନୁଗୋଳ ଗ୍ରାମ୍ୟ ଜଳଯୋଗାଣ ବିଭାଗର ଜଣେ କାର୍ଯ୍ୟରତ କର୍ମଚାରୀ । ତାଙ୍କ ଘର ଢେଙ୍କାନାଳ ଜିଲ୍ଲା ଓଦାପଡା ବ୍ଲକର ନାଧରା ଗ୍ରାମରେ ।

ଗତ ଦୁଇଦିନ ପୂର୍ବେ ଥଣ୍ଡା କାଶ ହେବାରୁ ସେ ତାଙ୍କ ଘରକୁ ପଳାଇ ଆସିଥିଲେ । ପରେ ସୋମବାର ଅର୍ଥାତ ୧୪ ତାରିଖ ପ୍ରାୟ ସାଢ଼େ ୧୦ଟାରେ ଉଭୟ ଦମ୍ପତି କୋଭିଡ ଟେଷ୍ଟ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ଆସିଥିଲେ । ତେବେ ଟେଷ୍ଟ ପରେ ପତ୍ନୀଙ୍କର ନେଗେଟିଭ ଓ ତାଙ୍କର ପଜିଟିଭ ଚିହ୍ନଟ ହୋଇଥିଲା । ତା ପରଠାରୁ ତାଙ୍କ ସାଥିରେ ଆସିଥିବା ସଂପର୍କୀୟ ମନେ ଭୟରେ ତାଙ୍କଠାରୁ ଦୁରେଇ ଯାଇଥିଲେ । ଶେଷରେ ଡାକ୍ତରଖାନା ସମ୍ମୁଖରେ ଛଟ ପଟ ହୋଇ ପ୍ରାଣ ହାରିଥିଲେ ଏହି ୫୮ବର୍ଷୀୟ ବ୍ୟକ୍ତି । ଦୀର୍ଘ ଦୁଇ ଘଣ୍ଟା ଧରି ମୃତଦେହ ପଡି ରହିଥିଲା । ଶେଷରେ ସ୍ବତନ୍ତ୍ର କର୍ମଚାରୀ ଆସି ମୃତଦେହକୁ ପତ୍ନୀଙ୍କ ଠାରୁ ଛଡାଇ ନେଇଥିଲେ । ମହାମାରୀ କୋରୋନାର ଏହି କରୁଣ ଚିତ୍ର ଏବେ ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି ।



ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details