ଢେଙ୍କାନାଳ : ଗାଈ ଖୋଜିବାକୁ ଯାଇ ନଦୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତ ବୃଦ୍ଧ ଜଣକ ମାର୍ଥାପୁର ଗ୍ରାମର କାଠିଆ ଶଙ୍ଖୁଆ (୬୮) ବୋଲି ଜଣାପଡିଛି । ତେବେ ଆଜି ଅପରାହ୍ନ ସମୟରେ କାଠିଆ ନିଜ ଗାଈ ଖୋଜିବାକୁ ଗ୍ରାମ ନିକଟରେ ଥିବା ରାମିଆଳ ନଦୀ ପାଣିରେ ପାର ହେଉଥିବା ସମୟରେ ଗୋଡ ଖସିଯାଇଥିବା ଅନୁମାନ କରାଯାଉଛି ।
ଗାଈ ଖୋଜିବାକୁ ଯାଇ ନଦୀରେ ବୁଡି ବୃଦ୍ଧ ମୃତ - ନଦୀରେ ବୁଡି ବୃଦ୍ଧ ମୃତ
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ମାର୍ଥାପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଗାଈ ଖୋଜିବାକୁ ଯାଇ ନଦୀରେ ବୁଡି ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ଅଧିକ ପଢ଼ନ୍ତୁ
ଗାଈ ଖୋଜିବାକୁ ଯାଇ ନଦୀରେ ବୁଡି ବୃଦ୍ଧ ମୃତ
ତେବେ ଦୀର୍ଘ ସମୟ ପର୍ଯ୍ୟନ୍ତ କାଠିଆ ଘରକୁ ନଫେରିବାରୁ ପରିବାର ଲୋକେ ରାମିଆଳ ନଦୀକୁ ଯାଇ ମୃତଦେହ ଭାସୁଥିବାର ଦେଖିଥିଲେ । ତୁରନ୍ତ ସେଠାରୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଭୁବନ ଥାନାରେ ଅପମୃତ୍ୟୁ ମାମଲା କରିବା ପରେ ମେଡିକାଲରେ ପୋଲିସ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଚଳାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ