ଢେଙ୍କାନାଳ: ରାଜ୍ୟରେ ବାରମ୍ବାର ଓକିଲ ଓ ସାମ୍ବାଦିକଙ୍କ ଉପରେ ପୁଲିସର ଆକ୍ରୋଶ ମୂଳକ ଭବେ ଆକ୍ରମଣର ପ୍ରତିବାଦ କରିଛି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ । ଏପରିକି ଆଇନଜୀବୀମାନେ କୋର୍ଟ ବର୍ଜନ କରି ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ପୁଲିସ ବିରୁଦ୍ଧରେ ନାରାବାଜି ଦେଇ ସହର ପରିକ୍ରମା କରିଛନ୍ତି । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପୁଲିସକୁ ଅଣଦେଖା କରି ଅଫିସ ଭିତରକୁ ପ୍ରବେଶ କରି ପ୍ରତିବାଦ ସଭା କରିଛନ୍ତି ।
ଓକିଲ ଓ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଙ୍ଘ - Collector Office
ବନ୍ଦ ହେଉନି ଆଇନଜୀବୀ ଓ ସାମ୍ବାଦିକଙ୍କୁ ଆକ୍ରମଣ । ପୋଲିସର ଆକ୍ରମଣକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଲା ଓକିଲ ସଙ୍ଘ । ଅଧିକ ପଢନ୍ତୁ...
ଓକିଲ ଓ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣର ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛି ଓକିଲ ସଙ୍ଘ
ଆଉ ଏ ସମ୍ପର୍କରେ ଏକ ସ୍ମାରକ ପତ୍ର ଢେଙ୍କାନାଳ ଜିଲ୍ଲାପାଳଙ୍କୁ ପ୍ରଦାନ କରି ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ସୋର ପୁଲିସ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ନଚେତ ଆଗାମୀ ଦିନରେ ଆଇନଜୀବୀମାନେ ବାଧ୍ୟ ହୋଇ ଆଇନକୁ ହାତକୁ ନେବେ ବୋଲି ଜିଲା ଓକିଲ ସଂଘ ପକ୍ଷରୁ ଚେତାବନୀ ଦେଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ