ଢେଙ୍କାନାଳ : ପୂର୍ବତନ ପୌର ଅଧ୍ୟକ୍ଷା ମୋନିକା ଶର୍ମାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କୁ ଅଶାଳୀନ ବ୍ୟବହାର ଓ ହତ୍ୟା ଧମକ ଦେଇଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଡାକ୍ତରଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଛି । ସୂଚନାନୁସାରେ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପୂର୍ବତନ ପୌରଧ୍ୟକ୍ଷା ନିଜ ପୁଅକୁ ଚିକିତ୍ସା ପାଇଁ ନେଇଥିଲେ । ହେଲେ କୈଣସି କାରଣରୁ ପୂର୍ବତନ ପୌର ଅଧ୍ୟକ୍ଷା ଓ ଡାକ୍ତରଙ୍କ ମଧ୍ୟରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା ।
ପରେ ଡାକ୍ତରଙ୍କୁ ମହିଳା ଜଣକ ଅତି ଅମାନୁଷିକ ଓ ଅଶାଳୀନ ବ୍ୟବହାର କରିଥିଲେ । ଜୋତାରେ ମାଡ଼ ଦେବା ସହ ହତ୍ୟା କରିବାକୁ ମଧ୍ୟ ଧମକ ପୂର୍ବତନ ପୌରାଧ୍ୟକ୍ଷା ଦେଇଥିବା ଅଭିଯୋଗ ହୋଇଛି । ଏପରି ଘଟଣାର ଶିକାର ହୋଇଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରିଷ୍ଠ ଭେଷଜ ବିଶେଷଜ୍ଞ ଡା ରାଜକିଶୋର ସେଠୀ ନିଜକୁ ଅସୁରକ୍ଷିତ ମନେ କରୁଛନ୍ତି । ଏନେଇ ଢେଙ୍କାନାଳ ଟାଉନ ଥାନାରେ ପୂର୍ବତନ ପୌର ଅଧ୍ୟକ୍ଷାଙ୍କ ବିରୋଧରେ ଏତଲା ଦେଇଛନ୍ତି ।