ଢେଙ୍କାନାଳ: କୋରୋନା ଏବେ ସାରା ବିଶ୍ବରେ ସଙ୍ଗୀନ ସ୍ଥିତି ସୃଷ୍ଚି କରିଛି । ଏପରି ସ୍ଥିତିର ମୁକାବିଲା ପାଇଁ ପ୍ଲାଜମା ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି କାମାକ୍ଷାନଗରର ପାଞ୍ଚଜଣ ବ୍ୟକ୍ତି ।
କୋରୋନାର ଏ ଘଡିସନ୍ଧି ସମୟରେ ଅନେକ ଲୋକ ମହତ କାର୍ଯ୍ୟ କରୁଛନ୍ତି । କୋରୋନାକୁ ହରାଇ ସ୍ବଇଚ୍ଛାରେ ପ୍ଲାଜମା ଦାନ କରିଛନ୍ତି ପାଞ୍ଚଜଣ କାମାକ୍ଷାନଗରବାସୀ । ସେମାନେ ହେଲେ ଝରା ସାହିର ଅଶ୍ବିନୀ ସାମଲ, କାଦୁଅର ସୁଶାନ୍ତ ସାହୁ, ବାଙ୍ଗୁରାର ଜ୍ଞାନ ରଂଜନ ସାମଲ, ଓ ଆଳୁତମାରର ଶୁଭ୍ରାଂଶୁ ମହାନ୍ତି ଏବଂ ବିଭୂତି ଭୂଷଣ ମହାନ୍ତି । ତାଙ୍କର ଏହି ମହତ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍କିଟ ହାଉସଠାର ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀ ଉତ୍ତରୀୟ ସହ ମାନପତ୍ର ପ୍ରଦାନ କରିଛନ୍ତି ।