ଢେଙ୍କାନାଳ: ପୋଲ ତଳୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ପରିଷଦର ଏକ ପୋଲ ନିକଟରେ । ମୃତ ଯୁବକ ଜଣଙ୍କ ହେଉଛନ୍ତି ବିଜ୍ଞାପିତ ଅଞ୍ଚଳ ପରିଷଦର ଓ୍ବାର୍ଡ ନଂ-୨ କଲୋନୀ ସାହିର ଦିପୁ ଦାସ।
ଗତକାଲି ସଂନ୍ଧ୍ୟା ସମୟରେ କଲୋନୀ ସାହି ରାସ୍ତା କଲଭଟ ଉପରେ କିଛି ଯୁବକମାନଙ୍କ ସହିତ ଦିପୁ ବସିଥିବାର ପରିବାର ଲୋକେ ଦେଖିଥିଲେ । ରାତି ବିଳମ୍ବ ହେବାରୁ ଦିପୁକୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ମାତ୍ର ଦିପୁଙ୍କୁ ପାଇନଥିଲେ । ଆଜି ସକାଳେ ସେହି କଲଭଟ ତଳେ ଦିପୁ ପଡିଥିବାର ଦେଖି ତାଙ୍କୁ ଉଦ୍ଧାର କରି ଭୁବନ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡିଛି ।