ଓଡିଶା

odisha

ETV Bharat / state

ପୌର ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ - ପୌର ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ପୌର ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ । ବିଭିନ୍ନ କାର୍ଯ୍ୟ ନୀତି ନିୟମ ଅନୁସାରେ ହୋଇ ନଥିବା ଆଣିଲେ ବିଜେପି । ଅଧିକ ପଢନ୍ତୁ...

The BJP delegation met municipal officials
ପୌର ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

By

Published : Dec 9, 2020, 6:46 PM IST

ଢେଙ୍କାନାଳ: ପୌର ଅଧିକାରୀଙ୍କୁ ଭେଟିଲା ବିଜେପିର ଏକ ପ୍ରତିନିଧି ଦଳ । ପୌରସଂସ୍ଥାରେ ବିଭିନ୍ନ ୱ।ର୍ଡ଼ରେ ଥିବା ରାସ୍ତା, ଆଲୋକିକରଣ ଓ ପାନୀୟ ଜଳ ଯୋଗାଣରେ ବ୍ୟାପକ ଅବ୍ୟବସ୍ଥାକୁ ନେଇ ଅଣ୍ଟା ଭିଡ଼ିଛି ବିଜେପି । ଏପରିକି ଆଜି(ବୁଧବାର) ବିଜେପି ନେତା ରାମଚନ୍ଦ୍ର ପାତ୍ରଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଢେଙ୍କାନାଳ ପୌର କାର୍ଯ୍ୟାଳୟକୁ ଯାଇ ନିର୍ବାହୀ ଅଧିକାରୀଙ୍କୁ ଭେଟିଛନ୍ତି ।

ପୌର ଅଧିକାରୀଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଏପରିକି ବିଭିନ୍ନ ଉନ୍ନୟନ ମୂଳକ କାମରେ ସରକାରୀ ନୀତି ନିୟମକୁ ଅଵଲମ୍ବନ କରାଯାଉନାହିଁ ବୋଲି ଅଭିଯୋଗ ଉଠାଇଛି ବିଜେପି । ବିଭିନ୍ନ କାର୍ଯ୍ୟ ବିନା ଟେଣ୍ଡରରେ କାମ କରାଯାଉଛି ବୋଲି କହିଛି ବିଜେପି । ଫଳରେ ଏସବୁ ଦିଗରେ ତୁରନ୍ତ ଧ୍ୟାନ ଦେଇ ସରକାରୀ ନିତୀ ନିୟମ ମୁତାବକ ସମସ୍ୟାର ତୁରନ୍ତ ସମାଧାନ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details