ଢେଙ୍କାନାଳ: ରାସୋଳ ତେଲିଭୁଇଁରେ ବିଦ୍ୟୁତ କାମ ଚାଲିଥିବାବେଳେ ଅଘଟଣ । ବିଦ୍ୟୁତ ଆଘାତ ଲାଗି ଲାଇନମ୍ୟାନଙ୍କ ମୃତ୍ୟୁ ।
ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ତେଲିଭୁଇଁ ଛକରେ ୧୧କେଭି ବିଦ୍ୟୁତ କାମ ଚାଲିଥିବାବେଳେ ଅଘଟଣ ଘଟିଛି । ବିଦ୍ୟୁତ ଖୁଣ୍ଟରେ ଜଣେ ଲାଇନମ୍ୟାନ କାମ କରୁଥିବାବେଳେ କରେଣ୍ଟ ଚାର୍ଜ ହୋଇଯିବାରୁ ସେ ତଳକୁ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ମୃତକ ଜଣଙ୍କ ତେଲିଭୁଇଁ ଗ୍ରାମର ମାନସ ରଞ୍ଜନ ସାହୁ ବୋଲି ଜଣାପଡିଛି ।