ଢେଙ୍କାନାଳ: ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଢେଙ୍କାନାଳର ଯୋରନ୍ଦା ମହିମାଗାଦି ତୃତୀୟ ବେଢ଼ା ଉଚ୍ଛେଦ ପରେ ଉଭୟ ଗୋଷ୍ଠୀ ସାଧୁଙ୍କ ମଧ୍ୟରେ ଲାଗି ରହିଥିବା ଦୀର୍ଘ ବର୍ଷର ବିବାଦ ବଢ଼ି ଯାଇଛି । ତେବେ ଉଭୟ ଗୋଷ୍ଠୀ ନିଜ ନିଜ ଜିଦରେ ରହୁଥିବାରୁ ଏହି ବିବାଦ ତୁଟିପାରୁନାହିଁ । ତେଣୁ ଯୋରନ୍ଦା ମେଳାକୁ ଆଖି ଆଗରେ ରଖି କୌପନୀଧାରୀ ସାଧୁମାନେ ଶେଷରେ ପ୍ରଶାସନର ପ୍ରସ୍ତାବରେ ବାଧ୍ୟ ହୋଇ ମୁଣ୍ଡ ନୁଆଇଛନ୍ତି । ଯାହା ଫଳରେ ଏହି ବିବାଦ ସମାଧାନରେ ପ୍ରଶାସନ ଏକ ପ୍ରକାର ତାଳି ପାକଇବାରେ ସକ୍ଷମ ହୋଇଛି ।
ବିଶ୍ୱ ପ୍ରସିଦ୍ଧ ମହିମା ଧର୍ମର ମୁଖ୍ୟ ପୀଠ ଯାେରନ୍ଦା ମହିମାଗାଦିରେ ଉଭୟ ସାଧୁ ଗୋଷ୍ଠୀଙ୍କ ମଧ୍ୟରେ ଲାଗିରହିଥିବା ବିବାଦର ଶେଷରେ ଏକ ପ୍ରକାର ତାଳି ପଡିଛି । ଫଳରେ ଚକିତ ବର୍ଷ ଯୋରନ୍ଦା ମେଳାରେ ସୁଚାରୁ ପରିଚାଳନା ନେଇ ଲାଗି ରହିଥିବା ଅନିଶ୍ଚିତତା ଏକ ପ୍ରକାର ଆଶା ସଞ୍ଚାର ହୋଇଛି । ମହିମା ଗାଦିର ମୁଖ୍ୟ ଗାଦି ମନ୍ଦିର ତୃତୀୟ ବେଢାରୁ କୌପନି ଧାରୀ ସାଧୁ ଗୋଷ୍ଠୀଙ୍କ ଦୀର୍ଘ ବର୍ଷର ଉପାସନା ପୀଠ ଉଚ୍ଛେଦ ପରେ ଚଳିତ ବର୍ଷ ଯୋରନ୍ଦା ମେଳାରେ ଉପାସନା ପାଇଁ କୌପନୀ ସାଧୁ ଜିଦ ଧରିଥିଲେ ।
ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଭୟ ବକଳ ଓ କୌପନୀ ସାଧୁ ଗୋଷ୍ଠୀ ସହ ବାରମ୍ବାର ଆଲୋଚନା ଓ ବୈଠକ ପରେ ଅସ୍ଥାୟୀ ଭାବେ ସମାଧାନର ବାଟ ଫିଟିଛି । ଅଖଣ୍ଡ ଜ୍ୟୋତି ମନ୍ଦିର ପାର୍ଶ୍ଵରେ କିଛି ଜାଗାରେ କୌପନୀ ସାଧୁ ଗୋଷ୍ଠୀ ଧୁନୀ ଜାଳିବା ସହ ଉପାସନା କରିବା ପାଇଁ ପ୍ରଶାସନର ପ୍ରସ୍ତାବରେ ବକଳଧାରୀ ସାଧୁ ରାଜି ହୋଇଥିବା ଜଣାପଡିଛି । ତେଣୁ ଚଳିତ ବର୍ଷ ଯୋରନ୍ଦା ମେଳା ସୁପରିଚଳନା ନେଇ ଆଶା କରିଛି ପ୍ରଶାସନ । ଲକ୍ଷ ଲକ୍ଷ ମହିମା ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ସମ୍ମାନ ଜଣାଇ ପ୍ରଶାସନର ପ୍ରସ୍ତାବରେ ବାଧ୍ୟ ହୋଇ ରାଜି ହୋଇଥିବା ପ୍ରକାଶ କରିଛନ୍ତି କୌପନୀଧାରୀ ସାଧୁ ଗୋଷ୍ଠୀର ବାବା ରଘୁନାଥ ଦାସ ।
ଏହାମଧ୍ୟ ପଢ଼ନ୍ତୁ. ବଢୁଛି ମହିମା ଗାଦି ବିବାଦ, ଆଶା ଆଶଙ୍କାରେ ବିଶ୍ୱ ପ୍ରସିଦ୍ଧ ଜୋରନ୍ଦା ମେଳା