ଢେଙ୍କାନାଳ: ଢେଙ୍କାନାଳ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଖଡଗ ପ୍ରସାଦ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ । ଭର୍ଚୁଆଲରେ ଲୋକାର୍ପଣ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଉଦ୍ଘାଟନରେ ସାମିଲ । ହସ୍ପିଟାଲ ରେ ରହିଛି ଭେଣ୍ଟିଲେଟର ସହ ୧୦ ଟି ICU ର ବ୍ୟବସ୍ଥା । ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ସ୍ଥାନୀୟ ଖଡଗ ପ୍ରସାଦ କଲେଜ ପରିସରରେ ଏକ ସହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ ହୋଇଛି । ଆଜି ଭର୍ଚୁଆଲ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ଲୋକାର୍ପିତ କରିଛନ୍ତି । ଢେଙ୍କାନାଳ ଓଡ଼।ପଡା ବ୍ଲକର ଖଡଗ ପ୍ରସାଦ କଲେଜରେ ଏହି ଶହେ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କାର୍ଯ୍ୟ କରିବ ।
ଟାଟାଷ୍ଟିଲ BSL ପକ୍ଷରୁ ଖଡଗ ପ୍ରସାଦରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ
ଢେଙ୍କାନାଳ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଖଡଗ ପ୍ରସାଦ କଲେଜରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଲୋକାର୍ପିତ । ଭର୍ଚୁଆଲରେ ଲୋକାର୍ପଣ କଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...
ଏଥିରେ ଭେଣ୍ଟିଲେଟର ଓ ୧୦ଟି ଆଇସିୟୁ ବେଡ଼ ବ୍ୟବସ୍ଥା ରହିଛି । ଯାହାକି ଢେଙ୍କାନାଲ ଜିଲ୍ଲାର ଓଡ଼ପଡା ଓ ଅନୁଗୁଳ ଜିଲ୍ଲାର ବଅଁର ପାଳ ବ୍ଲକ ସମେତ ଆଖ ପାଖର ଲୋକ ମାନେ ଉପକୃତ ହେବେ ବୋଲି ଟାଟାଷ୍ଟିଲ ଓ ବିଏସଏଲ ପକ୍ଷରୁ ଜଣା ପଡ଼ିଛି । ଏହି ଅବସରରେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଓ ଖଗଡ଼ ପ୍ରସାଦ ଠାରେ ରାଜ୍ୟ ଇସ୍ପାତ , ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ ମଲ୍ଲିକ, ଢେଙ୍କାନାଳ ସାଂସଦ ମହେଶ ସାହୁ, ବିଧାୟକ ସୁଧୀର ସାମଲ ଓ ସୀମାରାଣୀ ନାୟକ, ଢେଙ୍କାନାଲ ଜିଲ୍ଲାପାଳ ଭୁମେଶ ଚନ୍ଦ୍ର ବେହେରା ଓ ଟାଟା ଷ୍ଟିଲ ବିଏସଏଲ ପକ୍ଷରୁ ଅଧ୍ୟକ୍ଷ ଟିଭି ନରେନ୍ଦ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ