ଓଡିଶା

odisha

ETV Bharat / state

ପରଜଙ୍ଗ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମ - ପରଜଙ୍ଗ ହାଇସ୍କୁଲ ପରିସରରେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଢେଙ୍କାନାଳ ଜିଲ୍ଲାର ପର୍ଜଙ୍ଗ ବ୍ଲକ ମହେଶ ଚନ୍ଦ୍ର ସୁବାହୁ ସିଂହ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଯାଇଅଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ଡ.ନୃସିଂହ ଚରଣ ସାହୁ ଯୋଗଦେଇ ଏହାର ଉଦଘାଟନ କରିଥିଲେ।

ଫଟୋ ସୌଜନ୍ୟ:ସମ୍ବାଦଦାତା, ଢେଙ୍କାନାଳ

By

Published : Oct 27, 2019, 5:42 PM IST

ଢେ଼ଙ୍କାନାଳ: ଜିଲ୍ଲାର ପର୍ଜଙ୍ଗ ବ୍ଲକ ମହେଶ ଚନ୍ଦ୍ର ସୁବାହୁ ସିଂହ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି" ଅନୁଷ୍ଠିତ ହୋଇଯାଇଛି। ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଜଙ୍ଗ ବିଧାୟକ ଡ. ନୃସିଂହ ଚରଣ ସାହୁ ଯୋଗଦେଇ ଏହାର ଉଦଘାଟନ କରିଥିଲେ।

ଏହି କାର୍ଯ୍ୟକ୍ରମରେ ପର୍ଜଙ୍ଗ ବ୍ଲକର ୧୭ଟି କ୍ଳଷ୍ଟରର ୨୫୫ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରି ୧୫ଟି ଇଭେଣ୍ଟରେ ଭାଗ ନେଇଥିଲେ। ଏହି ଇଭେଣ୍ଟ ଗୁଡ଼ିକ ମଧ୍ୟରେ ଚିତ୍ରାଙ୍କନ, ଡିବେଟ, ସୂତ୍ରଲିଖନ, ପ୍ରବନ୍ଧ, ସଙ୍ଗୀତ, ଭିନ୍ନକ୍ଷମ କୁଇଜ, ବକୃତା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶୃଙ୍ଖଳିତ, ଇଲଗେସନ, ପେଟିଂ, ଚିତ୍ରକଳା, ଚିତ୍ରଶିଳ୍ପୀ ଭଳି କାର୍ଯ୍ୟକ୍ରମ ହୋଇଥିଲା।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, ଢେଙ୍କାନାଳ

ଏହିଭଳି ଇଭେଣ୍ଟ ଗୁଡିକ ମଧ୍ୟରେ ପ୍ରଥମ, ଦ୍ୱିତୀୟ, ତୃତୀୟ ସ୍ଥାନରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀ ଜିଲ୍ଲା ସ୍ତରକୁ ମନୋନୀତ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ ହରିହର ଦେହୁରୀ ସଭାପତିତ୍ୱ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଅକ୍ଷୟ କୁମାର ନାୟକ, ସୁବାହୁ ସିଂହ ଉଚ୍ଚ ବିଦ୍ୟାପୀଠର ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ବିକ୍ରମ ସିଂହ ଏବଂ ଏବିଇଓ ସଞ୍ଜୟ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ସୁରଭି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ଼ଃ ସାହୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମରେ ବ୍ଲକସ୍ତରର ସିଆରସି ସହଯୋଗ କରିଥିଲେ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

For All Latest Updates

TAGGED:

ABOUT THE AUTHOR

...view details