ଢେଙ୍କାନାଳ: ଚଳିତ ଜୁଲାଇ ମାସ ଆରମ୍ଭରୁ ସାପ୍ତାହିକ ଦୁଇ ଦିନ ସଟଡାଉନ ଜାରି ରହିଥିବା ବେଳେ ଏହା ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଘୋଷଣା ହୋଇଥିଲା । ଫଳରେ ଏହି ଘୋଷଣ ମୁତାବକ ଆଜି(ରବିବାର) ଢେଙ୍କାନାଳରେ ସମ୍ପୂର୍ଣ ଦୋକାନ ବଜାର ବନ୍ଦ ରହିଛି।
ଜିଲ୍ଲାରେ ଲକଡାଉନକୁ ନେଇ ରାସ୍ତାଘାଟ ଶୁନଶାନ ରହିଥିବା ଦେଖାଯାଇଛି । କେବଳ ଔଷଧ ଦୋକାନ ଓ ମିଲ୍କ ବୁଥକୁ ବାଦ ଦେଇ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିଛି । ସାଧାରଣ ଯାତାୟାତ ପ୍ରାୟତଃ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ସମ୍ପୂର୍ଣ ଠପ ରହିଥିବା ଦେଖିବାକୁ ମିଳିଛି । ତେବେ ଢେଙ୍କାନାଳ ସହରବାସୀ ଏହି ସଟଡାଉନକୁ ସ୍ବତଃପ୍ରୋତଃ ଭାବେ ମାନିନେଇଛନ୍ତି।