ଢେଙ୍କାନାଳ: ଜିଲ୍ଲାର ଆରାଧ୍ୟ ସିଦ୍ଧ ବଳରାମଜୀଉଙ୍କ ବାହୁଡା ଯାତ୍ରା କୋଭିଡ କଟକଣା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । କୋଭିଡ ଆଇନର କଟକଣା ମଧ୍ୟରେ ବଳରାମଜୀଉଙ୍କ ମନ୍ଦିର ମଧ୍ୟରେ ସେବାୟତମାନେ ପ୍ରଭୁଙ୍କ ବାହୁଡା ଯାତ୍ରା ସମାପନ କରିଛନ୍ତି ।
ବଳରାମଜୀଉଙ୍କ ବାହୁଡା ଯାତ୍ରା ପରେ ସୁନାବେଶ ସମ୍ପନ୍ନ - Sunabesh after Balaramjiu's Bahuda Yatra
କୋଭିଡ ଆଇନର କଟକଣା ମଧ୍ୟରେ ବଳରାମଜୀଉଙ୍କ ମନ୍ଦିର ମଧ୍ୟରେ ସେବାୟତମାନେ ବାହୁଡା ଯାତ୍ରା ସମାପନ କରିଛନ୍ତି । ଏହାସହ ପରମ୍ପରା ମୁତାବକ ବଳରାମଜୀଉଙ୍କ ସୁନାବେଶ କରାଯାଇଛି
![ବଳରାମଜୀଉଙ୍କ ବାହୁଡା ଯାତ୍ରା ପରେ ସୁନାବେଶ ସମ୍ପନ୍ନ sunabesh-after-balaramjius-bahuda-yatra](https://etvbharatimages.akamaized.net/etvbharat/prod-images/768-512-7852797-thumbnail-3x2-acavc.jpg)
ବଳରାମଜୀଉଙ୍କ ବାହୁଡା ଯାତ୍ରା ପରେ ସୁନାବେଶ ସମ୍ପନ୍ନ
ବଳରାମଜୀଉଙ୍କ ବାହୁଡା ଯାତ୍ରା ପରେ ସୁନାବେଶ ସମ୍ପନ୍ନ
ତେବେ ପରମ୍ପରା ମୁତାବକ ବୁଧବାର ବଳରାମଜୀଉଙ୍କ ସୁନାବେଶ କରାଯାଇଛି । ୪ କେଜି ୩୬୫ ଗ୍ରାମ ଓଜନର ସୁନା ମକୁଟ ସହ ଶ୍ରୀ ପୟର, ଶ୍ରୀ ହସ୍ତ, କମରପଟି ଓ ପ୍ରଭୁଙ୍କ ଶଙ୍ଖ ଚକ୍ର ଆଦି ସୁନା ଅଳଙ୍କାରରେ ଅଭୁଷଣ କରାଯାଇଛି । ମାତ୍ର ଭକ୍ତଙ୍କ ଦର୍ଶନ ପାଇଁ କଟକଣା ରହିଥିବା ବେଳେ ମନ୍ଦିର ଚାରିପଟ ପୋଲିସ ବ୍ୟାରିକେଟ କରି ଜଗି ରହିଥିବା ଦେଖାଯାଇଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ