ଢେଙ୍କାନାଳ:ପାଠ ପଢାଇବାକୁ ସ୍କୁଲରେ ନାହାନ୍ତି ଶିକ୍ଷକ , ବାରମ୍ବାର ଅଭିଯୋଗ ପରେ ବି କେହି କର୍ଣ୍ଣପାତ ନକରିବାରୁ ସ୍କୁଲରେ ତାଲା ପକାଇ ଗଣଧାରଣା ଦେଲେ ଛାତ୍ର ଛାତ୍ରୀ ଓ ଗ୍ରାମବାସୀ । ଏଭଳି ସ୍ଥିତି ଉପୁଜିଛି ଢେଙ୍କାନାଲ ଜିଲ୍ଲା ଓଦାପଡା ବ୍ଲକ ସାରିଆପଡା ସ୍କୁଲରେ । ଗୋଟିଏ ପଟେ ସରକାର ଶିକ୍ଷାକୁ ନେଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଭିଏଁ ବଢନ୍ତୁ ସଭିଏଁ ବଢନ୍ତୁର ନାରା ଦେଉଛନ୍ତି । କିନ୍ତୁ ଅନ୍ୟ ପଟେ ଶିକ୍ଷକ ଅଭାବ ଯୋଗୁଁ ପାଠ ପଢାରୁ ବଞ୍ଚିତ ହୋଇ ସ୍କୁଲରେ ତାଲା ପକାଇ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ ।
''ଆମର ଶିକ୍ଷକ ନାହାନ୍ତି ଆମେ କେମିତି ପଢିବୁ, ଆଉ କେମିତି ବଢିବୁ ବୋଲି ପ୍ରଶ୍ନ ଉଠାଇଛନ୍ତି ଧାରଣାରେ ବସିଥିବା ଛାତ୍ର ଛାତ୍ରୀ । ଏଥି ସହ ସ୍କୁଲକୁ ଶିକ୍ଷକ ନଆସିବା ଯାଏଁ ତାଲା ନ ଖୋଲିବାକୁ କହିଛନ୍ତି ଛାତ୍ରଛାତ୍ରୀ'' । ସ୍କୁଲର ଛାତ୍ରଛାତ୍ରୀଙ୍କ ଠାରୁ ଅଭିଭାବକ ଓ ଗ୍ରାମବାସୀଙ୍କ ପର୍ଯ୍ୟନ୍ତ ସମସ୍ତେ ତାଲା ପକାଇ ଆନ୍ଦୋଳକୁ ଓଲ୍ହାଇଥିବାରୁ ସ୍କୁଲରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି ।