ଢେଙ୍କାନାଳ: ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକେଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନାହାନ୍ତି । ଫଳରେ ପାଠ ପଢ଼ାରେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଛାତ୍ରଛାତ୍ରୀ । ବାଲିବୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ପାଇଁ ବ୍ୟବସ୍ଥା ରହିଥିବାବେଳେ ଏଠି ୧୯୪ ଜଣ ଛାତ୍ରଛାତ୍ରୀ ପାଠ ପଢ଼ନ୍ତି ।
ଏଠାରେ ମୋଟ୍ ୭ ଜଣ ଶିକ୍ଷକ ରହିଛନ୍ତି । ସେଥିମଧ୍ୟରୁ ସଂସ୍କୃତ ଶିକ୍ଷକଙ୍କ ୩ ଦିନିଆ ଡେପୁଟେସନ ଅନ୍ୟ ବିଦ୍ୟାଳୟକୁ ହୋଇଛି । କେବଳ ଜଣେ ଶିକ୍ଷକ ପ୍ରଥମରୁ ଅଷ୍ଟମ ପଢ଼ାଉଛନ୍ତି । ତେଣୁ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି । ୧୯୪ ଜଣ ଛାତ୍ର ଛାତ୍ରୀ ପାଇଁ ଆବଶ୍ୟକ ଶିକ୍ଷକ ନାହାଁନ୍ତି । ଯାହାକୁ ନେଇ ଅବିଭାବକ ଓ ଛାତ୍ରଛାତ୍ରୀ ମହଲରେ ଅସନ୍ତୁଷ୍ଟ ଦେଖା ଦେଇଛି ।