ଢେଙ୍କାନାଳ: ଜିଲ୍ଲାର ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ସୀମାକୁ ଖଙ୍କିରା ସରକାରୀ ଉଚ୍ଚ ବିଦ୍ୟାଳୟରେ ବିଭିନ୍ନ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଶୁକ୍ରବାରଠୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟାଳୟରେ ଅନେକ ସମସ୍ୟାକୁ ନେଇ ଛାତ୍ରଛାତ୍ରୀମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ ଆରମ୍ଭ କରିଛନ୍ତି । ଫଳରେ ଦୁଇଜଣ ଛାତ୍ରଛାତ୍ରୀ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଖଙ୍କିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବାରମ୍ବାର ଜଣାଇଛନ୍ତି ଗ୍ରାମବାସୀ । କିନ୍ତୁ କୌଣସି ସମସ୍ୟା ସମାଧାନ ଦିଗରେ ପଦକ୍ଷେପ ନିଆଯାଉନାହିଁ ବରଂ ପ୍ରଶାସନ ସମସ୍ୟାକୁ ଆହୁରି ଅଧିକ ଜଟିଳ କରୁଛନ୍ତି ବୋଲି ଅଭିଯୋଗ ଉଠାଇଛନ୍ତି ।
ହିନ୍ଦୀ ଶିକ୍ଷକ, ଖେଳ ଶିକ୍ଷକ, କିରାଣୀ, ବିଜ୍ଞାନ ଶିକ୍ଷକ ଓ ପିଅନ, ସ୍ଥାୟୀ ପ୍ରଧାନ ଶିକ୍ଷକ ନଥିବା ସ୍ଥଳେ ଦୁଇ ଦିନ ତଳେ ଜଣେ କଳା ଶିକ୍ଷକଙ୍କୁ ବଦଳି କରାଯାଇଛି । ଅନ୍ୟ ପକ୍ଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ମନମୁଖୀ କାର୍ଯ୍ୟ ବିଦ୍ୟାଳୟର ଶିକ୍ଷକ ଓ ଅଭିଭାବକଙ୍କୁ ବ୍ୟଥିତ କରିଛି ।