ଢେଙ୍କାନାଳ: କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ରହିଛି । ତେଣୁ, ଛାତ୍ରଛାତ୍ରୀ ମାନଙ୍କୁ ଅନଲାଇନରେ ପାଠ ପଢିବା ପାଇଁ ସରକାର ବ୍ୟବସ୍ଥା ମଧ୍ୟ କରିଛନ୍ତି । କିନ୍ତୁ ଗ୍ରାମାଞ୍ଚଳରେ ଗରିବ ଲୋକମାନଙ୍କ ପାଖରେ ସ୍ମାର୍ଟ ଫୋନ ନଥିବାରୁ ଛାତ୍ରଛାତ୍ରୀମାନେ ପାଠ ପଢିପାରୁ ନାହାନ୍ତି । ତେଣୁ ଅନେକ ଗ୍ରାମରେ କୁନିକୁନି ଛାତ୍ରଛାତ୍ରୀମାନେ ବିଭିନ୍ନ କାର୍ଯ୍ୟରେ ନିୟୋଜିତ ରହୁଛନ୍ତି ।
ଗ୍ରାମାଞ୍ଚଳରେ ଅନଲାଇନ ପାଠପଢା ଫେଲ, ଗଞ୍ଜା ଲଢେଇରେ ବ୍ୟସ୍ତ ଛାତ୍ର - students cock fighting
ଗ୍ରାମାଞ୍ଚଳରେ ଅନଲାଇନ ପାଠପଢା ଫେଲ ମାରିଥିବା ଦେଖିବାକୁ ମିଳୁଛି। ପିଲାମାନେ ପାଠପଢା ଛାଡି ଗଞ୍ଜା ଲଢେଇରେ ବ୍ୟସ୍ତ ଥିବା ଦୃଶ୍ୟ ଦେଖାଯାଇଛି। ଅଧିକ ପଢନ୍ତୁ...
ପାଠପଢା ଛାଡି ଗଞ୍ଜା ଲଢେଇରେ ବ୍ୟସ୍ତ ଛାତ୍ର
କିନ୍ତୁ, କିଛି ପିଲାମାନଙ୍କୁ ଗଞ୍ଜା ଲଢେଇରେ ଲିପ୍ତ ରହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଏପରି ଦୃଶ୍ୟ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଅନନ୍ତପୁର ଗ୍ରାମରେ ଦେଖିବାକୁ ମିଳିଛି । ପାଠ ନପଢି ଗଞ୍ଜା ଲଢେଇରେ ମନ ଦେଇଛନ୍ତି କିଛି ଛାତ୍ର ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ