ଢେଙ୍କାନାଳ: ଯୁକ୍ତ ଦୁଇ କଲେଜ ଛାତ୍ରଙ୍କୁ ମାଡ ଓ ନିର୍ଯାତନା ଦିଆଯାଇଥିବା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ମାଡ଼ ଖାଇଥିବା ଛାତ୍ର ଜଣଙ୍କ । ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧ ସ୍ଥିତ ବିଦ୍ୟାର୍ଥୀ ନାମକ ଆବାସିକ ଯୁକ୍ତ ଦୁଇ କଲେଜ ନାମରେ ଆସିଛି ଏପରି ସଙ୍ଗୀନ ଅଭିଯୋଗ ।
ଏହି ଅଭିଯୋଗ କରିଥିବା ଛାତ୍ର ଜଣଙ୍କ ହେଲେ ସୁଧାଂଶୁ ଶେଖର ଦଳେଇ । କଲେକର ଜଣେ ଅଧ୍ୟାପିକା ସୁଧାଂଶୁ ଶେଖରଙ୍କୁ ମାଡ ମାରିବା ସହ ପ୍ରାକ୍ଟିକାଲ ପରୀକ୍ଷାରେ ଫେଲ କରିଦେବାକୁ ଦମକ ଦେଇଥିବା ଛାତ୍ର ଜଣକ ଅଭିଯୋଗ କରିଛନ୍ତି । ଏହାକୁ ନେଇ ଉତ୍ୟକ୍ତ ଛାତ୍ରମାନେ କଲେଜ ସମ୍ମୁଖ ବଳଦିଅବନ୍ଧ ଠାରେ ପ୍ରତିବାଦ କରିବା ସହ ଏନଏଚ-୫୫କୁ ଅବରୋଧ କରିଥିଲେ।