ଢେଙ୍କାନାଳ:ମହାମାରୀ କୋରୋନା ସଂକ୍ରମଣ ଆଶଙ୍କାରେ ଆସନ୍ତା ୧୯ ତାରିଖରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ସରକାର ବନ୍ଦ ନିର୍ଦ୍ଦେଶ ଦେଇଛନ୍ତି । ଏପରିସ୍ଥଳେ ସମସ୍ତ କଲେଜ ପରୀକ୍ଷା ଗୁଡି଼କ ଅଫଲାଇନରେ ହେବ ବୋଲି ପୂର୍ବରୁ ହୋଇଥିବା ଘୋଷଣାକୁ ତୀବ୍ର ବିରୋଧ କରୁଛନ୍ତି ଛାତ୍ରଛାତ୍ରୀ । ଏପରିକି ଶୁକ୍ରବାର ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀ ହେବାକୁ ଥିବା ପରୀକ୍ଷା ଅନଲାଇନରେ କରିବାକୁ ଦାବି କରିଛନ୍ତି ।
କଲେଜ ପକ୍ଷରେ କରିବାକୁ ଥିବା ଅଫଲାଇନ ପରୀକ୍ଷାକୁ ବାତିଲ କରିବା ଜିଦରେ ଛାତ୍ରଛାତ୍ରୀ କଲେଜ ସମ୍ମୁଖରେ ପ୍ରତିବାଦ ପ୍ରଦର୍ଶନ କରିଥିଲେ । ଫଳରେ କଲେଜ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା । ପିଲାଙ୍କ କହିବା କଥା କୋରୋନା ସଂକ୍ରମଣ ଆଶଙ୍କାରେ ଚାରିଆଡେ ସଟଡାଉନ ଘୋଷଣ କରୁଥିବା ଓ ସ୍କୁଲ କଲେଜ ବନ୍ଦ ହେଉଥିବା ବେଳେ ସରକାର ପରୀକ୍ଷା ସଂପର୍କରେ କୌଣସି ଘୋଷଣା ନକରିବାରୁ ଛାତ୍ରଛାତ୍ରୀ ଦ୍ଵନ୍ଦରେ ରହିଛନ୍ତି ।