ଢେଙ୍କାନାଳ:ପ୍ରସ୍ତାବିତ ଷ୍ଟୋନ କ୍ରସରକୁ ଵିରୋଧ । ପ୍ରଦୂଷଣ ଓ ଜୀବନ ସୁରକ୍ଷା ପାଇଁ ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମବାସୀଙ୍କ ଜିଲ୍ଲାପାଳ ଦ୍ୱାରସ୍ଥ ହୋଇଛନ୍ତି ।
ଢେଙ୍କାନାଲ ଜିଲ୍ଲା ଗଁନ୍ଦିଆ ତହସିଲ ଅନ୍ତର୍ଗତ ନୂଆ କଷ୍ଟିପାଳ ଓ ଶ୍ରୀମନ୍ତପୁର ଗ୍ରାମ ନିକଟରେ ହେବାକୁ ଥିବା ଏକ ଷ୍ଟୋନ କ୍ରସରକୁ ବିରୋଧ କରିଛନ୍ତି ଗ୍ରାମବାସୀ । ଏନେଇ ଉଭୟ ଗ୍ରାମବାସୀ ଢେଙ୍କାନାଲ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ସେମାନଙ୍କ ଜୀବନ ଓ ଚାଷ ଜମିର ସୁରକ୍ଷା ଦାବି କରିଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ହେଲା ପ୍ରସ୍ତାବିତ ଏହି କ୍ରସର ୟୁନିଟ ତାଙ୍କ ଗ୍ରାମ ଅତି ନିକଟରେ ହେଉଥିବାରୁ ପ୍ରଦୂଷଣରେ ଚାଷ ଜମି ନଷ୍ଟ ହେବା ସହ ଲୋକମାନେ ଅଣନିଶ୍ୱାସୀ ହୋଇପଡିବେ ।