ଢେଙ୍କାନାଳ:ଚୋରା କାଠ ଚାଲାଣ ହେଉଥିବା ବେଳେ ଢେଙ୍କାନାଳ ବନ ବିଭାଗ ଚଢାଉ କରି କାଠ ବୋଝେଇ ଟ୍ରାକ୍ଟର ଜବତ କରିଛି । ଏହି କାଠ ଚୋରା ଚାଲାଣ କରୁଥିବା ବେଳେ ଗୋଟିଏ ବାଇକ ସହ ଜଣଙ୍କୁ ଗିରଫ କରି ପଚରାଉଚରା ଜରିରଖିଛି ।
ସୂଚନା ଅନୁସାରେ, କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ କୋଇ ଜଙ୍ଗଲରୁ ଦିର୍ଘଦିନ ହେବେ କାଠ ମାଫିଆ ମାନେ କାଠ ଚୋରା ଚାଲାଣ କରୁଥିଲେ । ବିଶେଷ ସୂତ୍ରରୁ ଖବର ପାଇ, ଆଜି(ଗୁରୁବାର) ଭୋର ସମୟରେ ବନ ବିଭାଗ କର୍ମଚାରୀ ମାନେ ଚଢାଉ କରିଥିଲେ । ଏହି ଚୋରା କାଠ କୋଇ ଜଙ୍ଗଲରୁ ଭୁବନ ବ୍ଲକ ଡହଣାବିଲ୍ଲି ଗ୍ରାମକୁ ବିକ୍ରି ପାଇଁ ଯାଉଥିବା ଜଣାପଡିଛି ।