ଓଡିଶା

odisha

ETV Bharat / state

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ବୁଲିଲେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଦଳ - ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ନ୍ୟୁଜ

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଦଳ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ପରିଦର୍ଶନ କରିଛନ୍ତି । ୩ ଜଣିଆ ଦଳ ଡାକ୍ତରଖାନା ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି ।

dhenkanal
dhenkanal

By

Published : Dec 9, 2019, 10:07 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଓ୍ବାର୍ଡନ ରୋଗୀମାନଙ୍କୁ ଇଞ୍ଜେକସନ ଦେବା ଘଟଣା ରାଜ୍ୟରେ ଚର୍ଚ୍ଚା ଘେରକୁ ଆସିବା ପରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଦଳ ମେଡିକାଲ ପରିଦର୍ଶନ କରିଛନ୍ତି । ଏହି ଦଳରେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ହର ପଟ୍ଟନାୟକ, ନର୍ସିଂ ନିର୍ଦ୍ଦେଶକ ସୁଶୀଲ କୁମାର କର ଓ ପରାମର୍ଶଦାତା ପି କେ ପ୍ରଧାନ ସାମିଲ ଥିଲେ ।

ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନା ପରିଦର୍ଶନ କଲେ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ଦଳ

ସେମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲିବା ସହିତ ନର୍ସିଂ ସ୍କୁଲ ପରିଦର୍ଶନ କରିଥିଲେ। ଏହି ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ନିରଞ୍ଜନ ମିଶ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।

ଏହି ୩ ଜଣିଆ ଦଳ ଡାକ୍ତରଖାନା ପରିଦର୍ଶନ କରି ଏ ସଂପର୍କରେ ଏକ ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିବେ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details