ଓଡିଶା

odisha

ETV Bharat / state

5 ଟଙ୍କିଆ ଡାଲମା ଭାତ ଖାଇଲେ ଅର୍ଥମନ୍ତ୍ରୀ

ମଧ୍ୟାହ୍ନ ଭୋଜନରେ 5 ଟଙ୍କିଆ ଡାଲମା ଭାତ ଖାଇଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଢେଙ୍କାନାଳ ଜିଲ୍ଲାର ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ସମୀକ୍ଷା ବୈଠକ ପାଇଁ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସିଥିଲେ ଅର୍ଥମନ୍ତ୍ରୀ ।

Niranjana Pujari ate 5 rupee mid-day meal
ଫଟୋ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

By

Published : Nov 29, 2019, 8:10 PM IST

ଢେଙ୍କାନାଳ: ଆହାର କେନ୍ଦ୍ର ଯାଇ 5 ଟଙ୍କିଆ ଡାଲମା ଭାତ ଖାଇଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ଶୁକ୍ରବାର ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ଭଦ୍ରକ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ ଡାଲମା ଭାତ ଖାଇଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଢେଙ୍କାନାଳ

ସୂଚନାନୁସାରେ, ରାଜ୍ୟ ଅବକାରୀ ତଥା ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଦିନିକିଆ ଢେଙ୍କାନାଳ ଗସ୍ତରେ ଆସି ସର୍କିଟ ହାଉସ୍ ଠାରେ ଜିଲ୍ଲାର ମଲ୍ଟି ଡିସିପ୍ଲିନ୍ ସ୍କ୍ବାର୍ଡର ସମୀକ୍ଷା ବୈଠକ କରିଥିଲେ । ଏଥିରେ ଢେଙ୍କାନାଳ ବିଧାୟକ ସୁଧୀର କୁମାର ସାମଲ, ଜିଲ୍ଲାପାଳ ଭୁମେଣ ଚନ୍ଦ୍ର ବେହେରା, ଏସପି ଅନୁପମା ଜେମସ୍, ଅବକାରୀ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ବୈଠକ ଶେଷ ପରେ ମଧ୍ୟାହ୍ନ ଭୋଜନ ପାଇଁ ବସଷ୍ଟାଣ୍ଡ ନିକଟରେ ଥିବା ଆହାର କେନ୍ଦ୍ରରେ 5 ଟଙ୍କା ଦେଇ ଡାଲମା ଭାତ ଖାଇଥିଲେ । ତେବେ ଅର୍ଥମନ୍ତ୍ରୀଙ୍କ ସହ ବିଧାୟକ ସୁଧୀର କୁମାର ସାମଲ ମଧ୍ୟ ଏହି ଆହାର ଖାଇଥିଲେ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details