ଢେଙ୍କାନାଳ:ଢେଙ୍କାନାଳ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରେ ଫାଙ୍କା ଗୁଳି ଓ ବୋମା ମାଡ଼ ଘଟଣା । ଏହି ଘଟଣାକୁ ନେଇ ରାଜ୍ୟ ବିଜେପି ପକ୍ଷରୁ ତୀଵ୍ର ପ୍ରତିକ୍ରିୟା ପ୍ରକାଶ । ତେବେ ଗତ ମାସ ୩୦ ତାରିଖରେ ପୌର ଅଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଉପରକୁ ଫାଙ୍କା ଗୁଳିମାଡ ସହ ହତ୍ୟା ଧମକ ଦିଆଯାଇଥିଲା ।
ସେହିପରି ଏହି ଘଟଣାରେ ଢେଙ୍କାନାଳ ଟାଉନ ଥାନା ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବାବେଳେ ଏବେ ବି ମୁଖ୍ୟ ଅଭିଯୁକ୍ତ ଧରିବାରେ ବିଫଳ ହୋଇଛି । ତେବେ ପୋଲିସ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାରେ ବିଫଳ ହୋଇଥିବାରୁ ୯ ତାରିଖ ବିଳମ୍ବିତ ରାତିରେ ପୁଣି ପୌରଧ୍ୟକ୍ଷାଙ୍କ ଘର ଉପରେ ବୋମା ମାଡ଼ କରିଥିଲେ ଦୁର୍ବୃତ୍ତ ।
ଢେଙ୍କାନାଳ ପୋୖରାଧକ୍ଷଙ୍କ ଘରକୁ ବୋମାମାଡ ଘଟଣା, ରାଜ୍ୟ ବିଜେପିର ଘଟଣାକୁ ନିନ୍ଦା ତେବେ ଉଭୟ ଘଟଣାରେ ସାମିଲ ଥିବା ଢେଙ୍କାନାଳ ସହର ବାଜିଚୌକ ଅଞ୍ଚଳର ବିଶ୍ୱଜିତ ବେହେରା ଓ ଟିଟୁ ସାହୁଙ୍କୁ ଗଁନ୍ଦିଆ ଥାନା ଅନ୍ତର୍ଗତ ଆରଦା ଗ୍ରାମରୁ ଟାଉନ ପୋଲିସ ଗିରଫ କରିଛି । ମାତ୍ର ଏହି ବୋମା ମାଡ଼ ଘଟଣାରେ ୬ଜଣ ଅଭିଯୁକ୍ତ ସାମିଲ ଥିବା ବେଳେ ଉଭୟ ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବାରେ ବିଫଳ ହୋଇଛି । ଜଣେ ପୌର ଅଧ୍ୟକ୍ଷାଙ୍କ ଘର ଉପରେ ଏପରି ବାରମ୍ବାର ଆକ୍ରମଣ ପ୍ରସଙ୍ଗରେ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଆଜି ଅପରାହ୍ନରେ ରାଜ୍ୟ ବିଜେପିର ଏକ ୪ ଜଣିଆ ପ୍ରତିନିଧି ଦଳ ଢେଙ୍କାନାଳ ଗସ୍ତ କରିଛନ୍ତି ।
ରାଜ୍ୟ ବିଜେପି ପ୍ରତିନିଧି ଦଳରେ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ବିଧାୟକ ମୁକେଶ ମହଲିଙ୍ଗ, ରାଜ୍ୟ ଉପ ସଭାପତି ପ୍ରଭାତୀ ପରିଡ଼ା ଓ ଅନିତା ଶୁଭଦର୍ଶିନୀ ଆସି ସ୍ଥିତି ଅନୁଧ୍ୟାନ କରିଛନ୍ତି । ସିମିଳିଆ ସ୍ଥିତ ବାସଭବନ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରିବା ସହ ପୌରଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ତାଙ୍କ ପରିବାରକୁ ଭେଟି ଆଶ୍ୱାସନା ଦେବା ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି । ଏହା ପରେ ଢେଙ୍କାନାଳ ଏସପି, ଜିଲ୍ଲାପାଳ ଓ ଟାଉନ ଥାନାକୁ ଯାଇ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ ଓ ପୌରଧ୍ୟକ୍ଷା ଓ ତାଙ୍କ ପରିବାରକୁ ସୁରକ୍ଷା ପ୍ରଦାନ ପାଇଁ ଦାବି କରିଛନ୍ତି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ