ଢେଙ୍କାନାଳ: ଟଙ୍କା ନଦେବାରୁ ବାପାକୁ କଟୁରିରେ ହାଣିଲା ପୁଅ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାରିଖେଦା ଗ୍ରାମରେ। ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଗ୍ରାମବାସୀ ଢେଙ୍କାନାଳ ମୁଖ୍ୟ ଡାକ୍ତର ଖାନାରେ ଭର୍ତି କରିଥିଲେ। ମାତ୍ର ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଛି।
ଟଙ୍କା ନଦେବାରୁ ବାପାକୁ କଟୁରିରେ ହାଣିଲା ପୁଅ - ବାପାକୁ କଟୁରିରେ ହାଣିଲା ପୁଅ
ଟଙ୍କା ନଦେବାରୁ ବାପାକୁ କଟୁରିରେ ହାଣିଲା ପୁଅ। ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ପାରିଖେଦା ଗ୍ରାମରେ। ଅଧିକ ପଢନ୍ତୁ...

ଟଙ୍କା ନଦେବାରୁ ବାପାକୁ କଟୁରିରେ ହାଣିଲା ପୁଅ
ଟଙ୍କା ନଦେବାରୁ ବାପାକୁ କଟୁରିରେ ହାଣିଲା ପୁଅ
ସୂଚନାମୁତାବକ, ପୁଅ ଲିଙ୍ଗା ନାୟକ ମଦ୍ୟ ପାନ କରି ଗତକାଲି(ରବିବାର) ରାତିରେ ତାଙ୍କ ବାପାକୁ ଟଙ୍କା ମାଗିଥିଲା । ମାତ୍ର ବାପା ଚୈତନ୍ୟ ମନା କରିବାରୁ ଏଥିରେ ଉତକ୍ଷିପ୍ତ ହୋଇ ଘରେ ଥିବା ଏକ କଟୁରିରେ ତା’ ବାପାକୁ ଆକ୍ରମଣ କରିଥିଲା । ପରେ ଅଭିଯୁକ୍ତ ପୁଅ ଲିଙ୍ଗ ନାୟକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସଦର ପୋଲିସ ପହଞ୍ଚି ଆକ୍ରମଣରେ ବ୍ୟବହୃତ କଟୁରି ଜବତ ସହ ତଦନ୍ତ ଆରମ୍ଭ କରିଛି ।
ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ