ଢେଙ୍କାନାଳ : ମଦ୍ୟପ ପୁଅ ଠେଙ୍ଗା ମାଡରେ ଗୁରୁତର ବାପା । ବୁଢା ବାପାକୁ ଠେଙ୍ଗାରେ ପିଟି ଲହୁ ଲୁହାଣ କରିଦେଇଛି ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡରେ । ଗୁରୁତର ବୃଦ୍ଧ ଜଣକ ହେଲେ କଙ୍କଡାହାଡ ଗ୍ରାମର ମୁଳିଆ ଦେହୁରୀ। ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା ପାଇଁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ପୁଅର ଠେଙ୍ଗା ମାଡରେ ବାପା ଗୁରୁତର - ପୁଅ ଠେଙ୍ଗା ମାଡରେ ବାପା ଆହାତ
ମଦ ପିଇ ବାପାକୁ ଠେଙ୍ଗାରେ ପିଟିଲା ପୁଅ । ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତିହେଲେ ବାପା । ଅଧିକ ସୂଚନା ପାଇଁ ପଢନ୍ତୁ ...
![ପୁଅର ଠେଙ୍ଗା ମାଡରେ ବାପା ଗୁରୁତର son attacked on father in Dhenkanal](https://etvbharatimages.akamaized.net/etvbharat/prod-images/768-512-6261075-thumbnail-3x2-attack.jpg)
ପୁଅ ଠେଙ୍ଗା ମାଡରେ ବାପା ଆହାତ
ପୁଅ ଠେଙ୍ଗା ମାଡରେ ବାପା ଆହାତ
ସୂଚନା ମୁତାବକ ମୁଳିଆଙ୍କ ବଡ ପୁଅ ସଞ୍ଜୟ ଦେହୁରୀ ଅତ୍ୟଧିକ ମଦ୍ୟପାନ କରି ସ୍ତ୍ରୀକୁ ଗାଳି ଗୁଲଜ କରୁଥିଲା। ଏଥିରେ ବାପା ମୁଳିଆ ତାକୁ ବିରୋଧ କରିଥିଲେ। ଏଥିରେ ରାଗିଯାଇ ସଂଜୟ ଘରେ ଥିବା ଏକ ବାଉଁଶ ଠେଙ୍ଗାରେ ବୃଦ୍ଧ ବାପାର ମୁଣ୍ଡକୁ ପିଟି ଦେଇଥିଲା। ଫଳରେ ମୁଲିଆଙ୍କ ମୁଣ୍ଡରେ ଗଭିର ଆଘାତ ଲାଗି ଗୁରୁତର ହୋଇଥିବା ଜଣାପଡିଛି। ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
ଢେ଼ଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ