ଓଡିଶା

odisha

ସମ୍ପତ୍ତି ଆଗରେ ତୁଚ୍ଛ ହେଲା ସମ୍ପର୍କ, ଶାଶୁକୁ ନିଦ ବଟିକା ଦେଇ ମାରିଲା ବୋହୂ

By

Published : Jun 9, 2023, 10:19 PM IST

ଖାଦ୍ୟରେ ନିଦ ବାଟିକା ଦେଇ ଶାଶୁକୁ ମାରିଦେଲା ବୋହୂ । ପତ୍ନୀ ନାମରେ ଖୋଦ ଅଭିଯୋଗ କଲେ ସ୍ୱାମୀ । ହତ୍ୟା ଅଭିଯୋଗରେ ବୋହୂକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛି । ଅଧିକ ପଢ଼ନ୍ତୁ

woman killed her motherb in law
ଶାଶୁକୁ ହତ୍ୟା କଲା ବୋହୂ

ଶାଶୁକୁ ହତ୍ୟା କଲା ବୋହୂ

ଢେଙ୍କାନାଳ: ଖାଦ୍ୟରେ ଅତ୍ୟଧିକ ମାତ୍ରାରେ ନିଦ ବଟିକା ଦେଇ ଶାଶୁକୁ ମାରିଦେଲା ବୋହୂ । ଢେଙ୍କାନାଳ ଜିଲ୍ଲା ରାସୋଳ ବ୍ରାହ୍ମଣ ସାହିରେ ଏପରି ଅଭାନୀୟ ଘଟଣା ଦେଖାଦେଇଛି । ଏନେଇ ଖୋଦ୍‌ ମୃତ ମହିଳାଙ୍କ ପୁଅ ପତ୍ନୀ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଥାନାରେ ବୋହୂକୁ ଗିରଫ କରିଥିବା ସୂଚନା ମିଳିଛି । ମୃତ ମହିଳା ଜଣକ ହେଉଛନ୍ତି ରାସୋଳ ବ୍ରାହ୍ମଣ ସାହିର ଅବସରପ୍ରାପ୍ତ ରାଜସ୍ୱ ନିରୀକ୍ଷକ ତାରେଶ୍ୱର ସରଙ୍କ ପତ୍ନୀ ୬୨ ବର୍ଷୀୟ ସୁଲୋଚନା ସର ।

ଅଭିଯୋଗ ଅନୁଯାୟୀ, ଗତ ଗୁରୁବାର ଦ୍ୱିପ୍ରହରରେ ବୋହୂ ତୃପ୍ତିମୟୀ ତାଙ୍କ ସୁଲୋଚନାଙ୍କୁ ଖାଦ୍ୟରେ ଅତ୍ୟଧିକ ନିଦ ବଟିକା ଦେଇ ଦେଇଥିଲେ । ଫଳରେ ରାତି ପ୍ରାୟ ୮ଟା ସମୟରେ ତାଙ୍କ ପାଟିରୁ ରକ୍ତ ଓ ଫେଣ ବାହାରି ତାଙ୍କର ମୃତ୍ୟୁ ଘଟିଥିଲା । ତାଙ୍କୁ ସ୍ଥାନୀୟ ରାସୋଳ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ସୁଲୋଚନା ସମ୍ପୂର୍ଣ୍ଣ ସୁସ୍ଥ ଥିଲେ ଏବଂ ଘଟଣା ଦିନ ପୁଅ ଜୟନ୍ତଙ୍କ ସହ ବ୍ୟାଙ୍କ ଯାଇ ଘରକୁ ଫେରିବା ପରେ ଖାଇ ଶୋଇଥିଲେ । ମାତ୍ର ତାଙ୍କର ଏପରି ଆକସ୍ମିକ ମୃତ୍ୟୁକୁ ଗ୍ରାମବାସୀ ଓ ସମ୍ପର୍କୀୟ ସହଜରେ ଗ୍ରହଣ କରୁନାହାନ୍ତି । ଅନ୍ୟପଟେ ସୁଲୋଚନାଙ୍କୁ ତାଙ୍କ ସ୍ତ୍ରୀ ହତ୍ୟା କରିଥିବା ପୁଅ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, " ପୂର୍ବରୁ ତୃପ୍ତିମୟୀ ନିଜ ଶାଶୁଙ୍କୁ ନିର୍ଯାତନା ଦେଉଥିଲେ । ଏବେ ଖାଦ୍ୟରେ ବିଷ ମିଶାଇ ମାରି ଦେଇଛନ୍ତି । ସମ୍ପତ୍ତି ଲୋଭରେ ପତ୍ନୀ ଖାଦ୍ୟରେ ନିଶା ବଟିକା ମିଶାଇ ମାଆକୁ ମାରି ଦେଇଛି ।" ତେବେ ମାଆଙ୍କ ହତ୍ୟା ଅଭିଯୋଗ କରି ସେ ଖୋଦ୍‌ ରାସୋଳ ଥାନାରେ ପତ୍ନୀ ବିରୋଧରେ ଅଭିଯୋଗ କରିଛନ୍ତି ଏବଂ ଏଥିରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ବୋହୂ ତୃପ୍ତିମୟୀ ପୂର୍ବରୁ ବିବାହ କରିଥିଲେ ଓ ତାଙ୍କର ଏକ ଝିଅ ରହିଛି । ମାତ୍ର ପ୍ରଥମ ସ୍ୱାମୀଙ୍କ ସହ ବିଚ୍ଛେଦ ଯୋଗୁଁ ଜୟନ୍ତଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ବିବାହ ପରଠାରୁ ସେ ତାଙ୍କ ଶାଶୁ ସୁଲୋଚନଙ୍କ ଉପରେ ଅତ୍ୟାଚାର ଓ ମାରପିଟ୍‌ କରୁଥିଲେ । ମାତ୍ର ଏହି ମାମଲା ଥାନାକୁ ଯାଇଥିଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଉ ନଥିବା ସହ ସାମାଜିକ ଦୃଷ୍ଟିକୋଣ ଓ ମାନସିକ ବିକାର ଭାବି ଘରେ ସମସ୍ତେ ଚୁପ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ଜୟନ୍ତ ଓ ତାଙ୍କ ବାପା ତାରେଶ୍ୱର କହିଛନ୍ତି । ଏପରିକି ତାକୁ ବିରୋଧ କରି ଆସୁଥିବା ଶାଶୁ ସୁଲୋଚନାଙ୍କୁ ରାସ୍ତାରୁ ହଟାଇବା ପାଇଁ ଅନେକ ଥର ଯୋଜନା କରିଥିଲେ । ସ୍ୱାମୀ ଜୟନ୍ତଙ୍କ ନିରକ୍ଷରତା ଓ ସରଳତାର ସୁଯୋଗରେ ତାଙ୍କ ହାତରେ ପ୍ରଥମେ ନିଦ ବାଟିକା ମଗାଇବୁ ଉଦ୍ୟମ କରି ବିଫଳ ହୋଇଥିଲେ । ପରେ ଗତ କିଛିଦିନ ପୂର୍ବେ ନିଜ ଘରକୁ ଯିବା ବାହାନାରେ ନିଜକୁ ନିଦ ହେଉନଥିବା ଆଳ କରି ବାଟରୁ ଏକ ଔଷଧ ଦୋକାନରୁ ନିଦ ବଟିକା କିଣି ଆଣିଥିଲେ । ସେହି ବଟିକା ଦେଇ ମାଆକୁ ମାରିଦେଇଥିବା ଜୟନ୍ତ ଅଭିଯୋଗ କରିଛନ୍ତି। । ଏ ଘଟଣା ନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ବୋହୂ ତୃପ୍ତିମୟୀଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଢେଙ୍କାନାଳ

ABOUT THE AUTHOR

...view details