ଢେଙ୍କାନାଳ: ବାରମ୍ୱାର ବିବାହ ପାଇଁ ପ୍ରସ୍ତାବ ଆସୁଥିଲା, କିନ୍ତୁ ଦିବ୍ୟାଙ୍ଗ ହୋଇଥିବାରୁ ବିବାହ ହୋଇପାରୁନଥିଲା । ଶେଷରେ ଦିବ୍ୟାଙ୍କ ଯୁବତୀଙ୍କ ହାତ ଧରିଛନ୍ତି ସମାଜସେବୀ ଜୟନ୍ତ ଧଳ। ମନ୍ଦିରରେ ଦିବ୍ୟାଙ୍କ ଯୁବତୀ ଜୟନ୍ତୀଙ୍କ ସହ ଜୟନ୍ତଙ୍କ ପଡିଛି ହାତଗଣ୍ଠି। ରାଜ୍ୟରୁ ମଦ ନିଷେଦ୍ଧ କରିବା ପାଇଁ ସେ ଆନ୍ଦୋଳନ ଜାରି ରଖିଥିବା ବେଳେ ବିବାହ ନକରିବାକୁ ମନସ୍ତ କରିଥିଲେ। ଏବେ କିନ୍ତୁ ଦିବ୍ୟାଙ୍ଗ ଯୁବତୀଙ୍କ ହାତ ଧରି ସମସ୍ତଙ୍କ ପ୍ରେରଣା ପାଲଟିଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ଥାନା ଆନ୍ତର୍ଗତ ବଳରାମପୁରର ଜୟନ୍ତ ଧଳ l
ଢେଙ୍କାନାଳ ବଳରାମପୁର ଗ୍ରାମର ମଦ ବିରୋଧୀ ସାମାଜିକ କର୍ମୀ ଭାବେ ଜଣାଶୁଣା ଜୟନ୍ତ l ସେ ସଦାର୍ଥନା ହରିପୁରରେ ଥିବା ମହାକାଳେଶ୍ଵର ମନ୍ଦିରରେ ନିଜ ଗାଁର ଜଣେ ଦିବ୍ୟାଙ୍ଗ ଯୁବତୀ ଜୟନ୍ତୀ ବେହେରାଙ୍କୁ ବିବାହ କରିଛନ୍ତି l ଦିବ୍ୟାଙ୍ଗଙ୍କ ପ୍ରତି ଥିବାକୁ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ସେ ଏପରି ବିବାହ କରିଥିବା ପ୍ରକାଶ କହିଛନ୍ତି।
2018 ମସିହାରେ ବଳରାମପୁର ଗ୍ରାମରେ ବିୟର ଫ୍ୟାକ୍ଟ୍ରି ପାଇଁ ଗଛ କଟାଯାଇଥିଲା । ଗ୍ରାମରେ ଏହି ଫ୍ୟାକ୍ଟ୍ରି କରାଇନଦେବାକୁ ଅଣ୍ଟା ଭିଡ଼ିଥିଲେ ଜୟନ୍ତ ପାତ୍ର l ଆନ୍ଦୋଳନ ଧୀରେଧୀରେ ଜୋରଦାର ହୋଇଥିଲା । ଶେଷରେ ଗ୍ରାମରେ ବିୟର ଫ୍ୟାକ୍ଟ୍ରି ନିର୍ମାଣ ବନ୍ଦ ହୋଇଥିଲା । ସେହି ଦିନଠୁ ଜୟନ୍ତ ଜଣେ ସାମାଜିକ କର୍ମୀ ଭାବେ ଜଣାଶୁଣା। ଏହା ବ୍ୟତୀତ ରାଜ୍ୟରୁ ମଦ ନ ହଟିବା ଯାଏଁ ସେ ଚପଲ ପିନ୍ଦିବେ ନାହିଁ ବୋଲି ଶପଥ ନେଇଛନ୍ତି l ପ୍ରାୟ 5ବର୍ଷ ହେଲା ସେ ଖାଲି ପାଦରେ ବୁଲୁଛନ୍ତି । ବିବାହ କରିବେ ନାହିଁ ସେ ମନସ୍ତ କରିଥିଲେ କିନ୍ତୁ ନିଜ ଗ୍ରାମର ଦିବ୍ୟାଙ୍ଗ ଯୁବତୀଙ୍କର ବିବାହ ବାରମ୍ୱାର ଭାଙ୍ଗିଯିବାରୁ ସେ ତାଙ୍କୁ ବିବାହ କରିଛନ୍ତି।