ଓଡିଶା

odisha

By

Published : Nov 5, 2019, 9:30 PM IST

ETV Bharat / state

ସ୍ମିତାରାଣୀ ମୃତ୍ୟୁ ମାମଲା, ବିଜେପି ମହିଳା ମୋର୍ଚ୍ଚାର CBI ତଦନ୍ତ ଦାବି

ସ୍ମୀତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛି ବିଜେପି ମହିଳା ମୋର୍ଚ୍ଚା । ଯେଉଁଥିରେ ମଙ୍ଗଳବାର ଶତାଧିକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଛନ୍ତି । ଅଧିକ ଖବର ପଢନ୍ତୁ...

ସ୍ମିତାରାଣୀ ତାତି, ସିବିଆଇ ତଦନ୍ତ ଦାବି କଲା ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା

ଢେଙ୍କାନାଳ: ଧର୍ମଶାଳା ହରିଦାସପୁର ପିଇଓ ସ୍ମିତାରାଣୀ ମୃତ୍ୟୁ ଘଟଣା । ଦିନ ଗଡିବା ସହ ଘଟଣା ଭିନ୍ନ ମୋଡ ନେଉଛି । ତେବେ ଏହି ଘଟଣାର ଉଷ୍ମତା ମଙ୍ଗଳବାର ଢେଙ୍କାନାଳରେ ଅନୁଭୂତ ହୋଇଛି ।

ସ୍ମିତାରାଣୀ ତାତି, ସିବିଆଇ ତଦନ୍ତ ଦାବି କଲା ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା

ରାଜ୍ୟ ବିଜେପିର ଡାକରାରେ ଢେଙ୍କାନାଳ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ଯେଉଁଥିରେ ସଭାନେତ୍ରୀ ନିରୋଜ ନଳିନୀ ମହାଳିକଙ୍କ ନେତୃତ୍ବରେ ଶତାଧୀକ ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ଯାଇ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସକୁ ଘେରାଉ କରିଛନ୍ତି ।

ଏହାସହ ଅଫିସ ସମ୍ମୁଖରେ ରାଜ୍ୟ ସରକାରଙ୍କ ବିରୋଧୀ ବିଭିନ୍ନ ସ୍ଲୋଗନ ଦେବାସହ ସ୍ମିତାରାଣୀ ମୃତ୍ୟୁ ଘଟଣାରେ ସିବିଆଇ ତଦନ୍ତ ଦାବି କରିଛନ୍ତି ।

ଅପରପକ୍ଷରେ ବେବିନା ଠାରୁ ଆରମ୍ଭ କରି ସ୍ମିତାରାଣୀ ବା କେନ୍ଦ୍ରାପଡା କୋଅପରେଟିଭ ଯୌନ କେଳେଙ୍କାରୀ ଘଟଣା ପରେ ରାଜ୍ୟରେ କର୍ମଜୀବୀ ମହିଳାମାନେ ସଂପୂର୍ଣ୍ଣ ଅସୁରକ୍ଷିତ ବୋଲି ଅଭିଯୋଗ ଉଠାଇଛି ବିଜେପି । ଏ ସଂପର୍କରେ ବିଜେପି ପକ୍ଷରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details