ଓଡିଶା

odisha

ETV Bharat / state

Jawad Affect: କୋହଲା ପାଗ ସହ ଝିପିଝିପି ବର୍ଷା ଜାରି - ଢେଙ୍କାନାଳ ଜଓ୍ବାଦ ପ୍ରଭାବ

ବାତ୍ୟା ଜୱାଦର ପ୍ରଭାବ ଢେଙ୍କାନାଳ ଜିଲ୍ଲାରେ ସାମାନ୍ୟ ଅନୁଭୂତ ହୋଇଛି । ଗତକାଲି(ଶନିବାର) ରାତିରୁ ଝିପି ଝିପି ବର୍ଷା ଜାରି ରହିଛି । ଅଧିକ ପଢନ୍ତୁ

Jawad Affect: କୋହଲା ପାଗ ସହ ଝିପିଝିପି ବର୍ଷା ଜାରି
Jawad Affect: କୋହଲା ପାଗ ସହ ଝିପିଝିପି ବର୍ଷା ଜାରି

By

Published : Dec 5, 2021, 4:49 PM IST

Updated : Dec 5, 2021, 5:03 PM IST

ଢେଙ୍କାନାଳ: ବାତ୍ୟା ଜୱାଦର ପ୍ରଭାବ ଢେଙ୍କାନାଳ ଜିଲ୍ଲାରେ ସାମାନ୍ୟ ଅନୁଭୂତ ହୋଇଛି । ଗତକାଲି(ଶନିବାର) ରାତିରୁ କିଛି ସମୟ ପାଇଁ ସମାନ୍ୟ ଝିପି ଝିପି ବର୍ଷା ହୋଇଥିଲା । ତେବେ ଆଜି ସକାଳୁ ପାଗ ସମ୍ପୂର୍ଣ୍ଣ କୋହଲା ରହିଥିବାବେଳେ ସାମାନ୍ୟ ଟିକିଏ ଟିକିଏ ପବନ ରହିଥିଲା । ତେବେ ଢେଙ୍କାନାଳ ଜିଲ୍ଲାରେ ରାତିରୁ ଝିପି ଝିପି ବର୍ଷା ଜାରି ରହିଛି । ତେବେ ମଝିରେ ମଝିରେ ସାମାନ୍ୟ ପବନ ହେଉଛି । ଏସବୁ ସତ୍ତ୍ବେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ଜରୁରୀ ସ୍ଥିତି ପାଇଁ ପ୍ରସ୍ତୁତ ରହିଥିବା ଜଣାପଡିଛି ।

Jawad Affect: କୋହଲା ପାଗ ସହ ଝିପିଝିପି ବର୍ଷା ଜାରି

ଜିଲ୍ଲାର ସମସ୍ତ ୮ ବ୍ଲକ ପାଇଁ ସ୍ବତନ୍ତ୍ର ନୋଡାଲ ଅଫିରଙ୍କୁ ଦାୟିତ୍ବ ଦିଆଯାଇ କଡା ନଜର ରଖାଯାଇଛି । ଏପଟେ ଅଗ୍ନିଶ୍ରମ ବାହିନୀ ଓଡ୍ରାଫ ପକ୍ଷରୁ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ଜିଲ୍ଲାର ସମସ୍ତ ୮ଟି ଫାୟାର ଷ୍ଟେସନରେ ୧୧ଟି ରେସକ୍ୟୁ ଟିମ ଗଠନ କରାଯାଇଥିବା ସହ ଜିଲ୍ଲା ମୁଖ୍ୟାଳୟରେ ୩ ସ୍ବତନ୍ତ୍ର ଟିମ ସମସ୍ତ ଆନୁସଙ୍ଗିକ ଯନ୍ତ୍ରପାତି ସହ ପ୍ରସ୍ତୁତ ରହିଥିବା ସୂଚନା ମିଳିଛି । ତେବେ କୌଣସି ଜରୁରୀ ପରିସ୍ଥିତିରେ କିପରି ରାସ୍ତାଘାଟ ସଫା କରାଯାଇ ସାଧାରଣ ଯାତାୟାତ ସ୍ବାଭାବିକ କରିବା, ପଡିଥିବା ଗଛ ସଫା ଆଦି ଦିଗରେ ସ୍ବତନ୍ତ୍ର ଦୃଷ୍ଟି ରଖିଛି ଅଗ୍ନିଶ୍ରମ ଓ ଓଡ୍ରାଫ ବାହିନୀ ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

Last Updated : Dec 5, 2021, 5:03 PM IST

ABOUT THE AUTHOR

...view details