ଢେଙ୍କାନାଳ: ଉତ୍ତରପ୍ରଦେଶର ଚାଷୀ ହତ୍ୟା ଅଭିଯୋଗରେ ଜଳୁଥିବା ନିଆଁର ତାତି ଢେଙ୍କାନାଳରେ ଅନୁଭୂତ ହୋଇଛି । ଏହି ଘଟଣାକୁ ତୀଵ୍ର ନିନ୍ଦା କରିଛି କଂଗ୍ରେସ । ଘଟଣାରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକଳାପକୁ ବିରୋଧ କରି ଆଜି(ମଙ୍ଗଳବାର) ଢେଙ୍କାନାଳରେ ଯୁବ କଂଗ୍ରେସ ପକ୍ଷରୁ ନୀରବ ପ୍ରତିବାଦ କରାଯାଇଛି ।
ଢେଙ୍କାନାଳ ସହରର ବସଷ୍ଟାଣ୍ଡସ୍ଥିତ ଗାନ୍ଧୀ ପାର୍କଠାରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ଦେଖିବାକୁ ମିଳିଛି ଏହି ପ୍ରତିବାଦ । ଯୁବ କଂଗ୍ରେସ କର୍ମୀମାନେ ସମ୍ମିଳିତ ନୀରବ ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ଏହି ଅବସରରେ ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ଼ଃ ସୃତି ରଂଜନ ଲେଙ୍କା ଯୋଗ ଦେଇ ଏହି କୃଷକ ମୃତ୍ୟୁ ଘଟଣାରେ କେନ୍ଦ୍ର ସରକାରଙ୍କୁ ତୀଵ୍ର ଭର୍ତ୍ସନା କରିଥିଲେ । ଆଗାମୀ ସମୟରେ ରାଜ୍ୟବ୍ୟାପୀ କଂଗ୍ରେସ ଭୟଙ୍କର ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ରାଜ୍ୟ ପ୍ରଦେଶ ଯୁବ କଂଗ୍ରେସର ସଭାପତି ।