ଓଡିଶା

odisha

ETV Bharat / state

ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯବାନ ଶହୀଦ: ଫଟୋ ଦେଖି ମୃତଦେହ ଚିହ୍ନଟ କଲେ ପରିବାର, କାଲି ପହଞ୍ଚିବ ପାର୍ଥିବ ଶରୀର - ସିକ୍କିମରେ ପ୍ରଳୟଙ୍କରୀ ବନ୍ୟା

ସିକ୍କିମରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ନିଖୋଜ ଯବାନଙ୍କ ମଧ୍ୟରୁ ଓଡିଆ ପୁଅ ସରୋଜ ଦାସ ଶହୀଦ । ଭାରତୀୟ ସେନା ପକ୍ଷରୁ ଆଜି ପଠାଇଥିବା ଫଟୋ ଓ ସୂଚନାରୁ ପରିବାର ପକ୍ଷରୁ ଚିହ୍ନଟ ପରେ ଏହା ସ୍ପଷ୍ଟ ହୋଇଛି । ଅଧିକ ପଢନ୍ତୁ

ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯାବନା ଶହୀଦ
ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯାବନା ଶହୀଦ

By ETV Bharat Odisha Team

Published : Oct 5, 2023, 7:24 PM IST

Updated : Oct 5, 2023, 7:32 PM IST

ସିକ୍କିମ ବନ୍ୟାରେ ନିଖୋଜ ଓଡିଆ ଯାବନା ଶହୀଦ

ଢେଙ୍କାନାଳ: ଆସିବ ଆସିବ କହି ଆସିଲାନି ପୁଅ । ଆସିଲା ପୁଅର ମୃତ୍ୟୁ ଖବର । ସିକ୍କିମ ବନ୍ୟାରେ ୨୩ ନିଖୋଜ ଯବାନଙ୍କ ମଧ୍ୟରେ ଶହୀଦ ହୋଇଛନ୍ତି ଓଡିଆ ପୁଅ । ଗତ ମଙ୍ଗଳବାର ଯବାନ ନିଖୋଜ ଥିବା ବେଳେ ଗୁରିବାର ସେ ଶହୀଦ ହୋଇଥିବା ଖବର ପରିବାର ନିକଟରେ ପହଞ୍ଚିଛି । ଯବାନ ଶହୀଦ ହୋଇଥିବା ଖବର ଘରେ ପହଞ୍ଚିବା ପରେ ଘରେ କାନ୍ଦବୋବାଳି ପଡିଥିବା ବେଳେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ତେବେ ସିକ୍କିମରେ ଘଟିଥିବା ପ୍ରଳୟଙ୍କରୀ ବନ୍ୟା ନିଖୋଜ ୨୩ ଯବାନଙ୍କ ମଧ୍ୟରୁ ଏଯାଏଁ ୮ଜଣଙ୍କ ମୃତଦେହ ଉଦ୍ଧାର ହୋଇସାରିଥିବା ଜଣାପଡିଛି । ତେବେ ସେମାନଙ୍କ ମଧ୍ୟରେ ଓଡ଼ିଆ ଯବାନ କେନ୍ଦୁଢ଼ିପ ଗାଁର ପୁଅ ସରୋଜ ଦାସ ଶହୀଦ ହୋଇଯାଇଥିବା ପରିବାରକୁ ସୂଚନା ମିଳିଛି । ଭାରତୀୟ ସେନା ପକ୍ଷରୁ ଆଜି ପଠାଇଥିବା ଫୋଟୋ ଓ ସୂଚନାରୁ ପରିବାର ପକ୍ଷରୁ ଚିହ୍ନଟ ପରେ ଏହା ସ୍ପଷ୍ଟ ହୋଇଛି ।

ତେବେ ଶହୀଦ ସରୋଜଙ୍କ ପାର୍ଥୀବ ଶରୀର ତାଙ୍କ ଜନ୍ମମାଟିକୁ ଆସନ୍ତାକାଲି ଆସିବ ବୋଲି ଜଣାପଡିଛି । ଖବର ପାଇ ଜିଲ୍ଲାପାଳ ସରୋଜ ସେଠି ଶହୀଦଙ୍କ ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜ୍ଞାପନ କରିଛନ୍ତି । ଶହୀଦ ସରୋଜଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ତାଙ୍କ ଗାଁ ଶ୍ମଶାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ।

ଏହା ମଧ୍ୟ ପଢନ୍ତୁ...Sikkim Flash Floods: ସିକ୍କିମ ବନ୍ୟାରେ ନିଖୋଜ ଯବାନଙ୍କ ମଧ୍ୟରୁ ଜଣେ ଓଡିଆ

ଶହୀଦ ସରୋଜ ଦାସ ଢେଙ୍କାନାଳ ଜିଲ୍ଲା କେନ୍ଦୁଢ଼ିପ ଗ୍ରାମର ମାତା ଶାନ୍ତିଲତା ଓ ବାପା ରାମଚନ୍ଦ୍ର ଦାସଙ୍କ ୪ପୁଅ ଝିଅଙ୍କ ମଧ୍ୟରେ ସାନ ପୁଅ ଥିଲେ । ଗତ ୨୦୧୨ ମସିହା ସେପ୍ଟେମ୍ବର ୨୧ତାରିଖରେ ସେ ଭାରତୀୟ ସେନା ବାହିନୀର ଯୋଗ ଦେଇଥିଲେ । ସେନା ବାହିନୀର 620 EME ବାଟାଲିୟନ ବା ଇଲକ୍ଟ୍ରୋନିକ୍ସ ଆଣ୍ଡ ମେକାନିକାଲ ଇଂଜିନିୟର୍ସରେ ହାବିଲଦାର ଭାବେ ନିଜର ବେସ ୟୁନିଟ କୋଲକୋରେ କାର୍ଯ୍ୟରତ ଥିଲେ । ଗତ ୭ ମାସ ତଳେ ସରୋଜ କୁମାରଙ୍କ ବିବାହ ହୋଇଥିଲା ।

ଦୁଇ ମାସ ପୂର୍ବରୁ ଅର୍ଥାତ ଅଗଷ୍ଟ ମାସରେ ସେ ନିଜ ଘରକୁ ଆସିଥିଲେ । ମଙ୍ଗଳବାର ରାତିରେ ୧୦ଟାରେ ସରୋଜ ପରିବାର ଲୋକଙ୍କ ସହ କଥା ହୋଇଥିଲେ । ତେବେ ଯବାନମାନଙ୍କ ପ୍ରାକ୍ଟିସ ବା ଏକ୍ସର ସାଇଜ ଟ୍ରେନିଂରେ ସିକ୍କିମ ଯାଇଥିଲେ ସରୋଜ। ମାତ୍ର ବେସ ୟୁନିଟ ଫେରିବା ବେଳେ ସିକ୍କିମ ପ୍ରଳୟଙ୍କରୀ ବନ୍ୟା ସବୁ କିଛି ଓଲଟ ପାଲଟ କରିଦେଲା । ଚାହୁଁ ଚାହୁଁ ଭାସିଗଲା ଯବାନଙ୍କ କ୍ୟାମ୍ପ । ନିଖୋଜ ହୋଇଗଲେ ୨୩ଯବାନ । ତାଙ୍କ ଭିତରେ ରହିଗଲେ ଏହି ଓଡ଼ିଆ ଯବାନ ସରୋଜ ଦାସ ।

ଇଟିଭି ଭାରତ ଢେଙ୍କାନାଳ

Last Updated : Oct 5, 2023, 7:32 PM IST

ABOUT THE AUTHOR

...view details