ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ହାତୀଲୁଚାଣି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଗୋଟିଏ ଉଭୟ ଟ୍ରକର ସାମ୍ନା ପଟ ଭାଙ୍ଗି ଚୁରମାର ହୋଇଯାଇଛି । ଏହି ଦୁର୍ଘଟଣାରେ ଜଣେ ଟ୍ରକ ଚାଳକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାଳକ ଗୁରୁତର ଭାବେ ଆହତ ହୋଇଛନ୍ତି । ମୃତକ ହେଲେ ହିନ୍ଦୋଳ ଅଞ୍ଚଳର ଅଜୁ ମହାପାତ୍ର ଓ ଗୁରତର ଜଣକ ହେଲେ ଅନୁଗୁଳ ଅଞ୍ଚଳର ତ୍ରିପୁର ସାହୁ ।
ଦୁଇ ଟ୍ରକ ମୁହାଁମୁହିଁ ଧକ୍କା: ଜଣେ ଚାଳକ ମୃତ, ଅନ୍ୟ ଜଣେ ଗୁରୁତର - ଢେଙ୍କାନାଳ ହାତୀଲୁଚାଣି ଛକ ନିକଟରେ ସଡ଼କ ଦୁର୍ଘଟଣା
ହାତୀଲୁଚାଣି ଛକ ନିକଟରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଜଣେ ଟ୍ରକ ଚାଳକଙ୍କ ଜୀବନ ଚାଲିଯାଇଛି । ଅଧିକ ପଢ଼ନ୍ତୁ
ସୂଚନା ମୁତାବକ, ଗୋଟିଏ ଟ୍ରକ ତାଳଚେରରୁ କାମାକ୍ଷାନଗର ଅଭିମୁଖେ ଆସୁଥିବା ବେଳେ ଅନ୍ୟ ଟ୍ରକଟି ବିପରୀତ ଦିଗରୁ କାମାକ୍ଷାନଗର ପଟୁ ତାଳଚେର ଅଭିମୁଖେ ଆସୁଥିଲା । ଉଭୟ ଗାଡି ଦୁଇଟି NH-୫୩ ହାତିଲୁଚାଣି ଛକ ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଖବର ପାଇ ପରଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଟ୍ରକ ଚାଳକକୁ ଉଦ୍ଧାର କରିଥିଲେ । ଏହାପରେ ଉଭୟଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ଟ୍ରକ ଚାଳକ ଅଜୁ ମହାପାତ୍ରଙ୍କୁ ମୃତ ଘୋଷଣା କରିଥିଲେ । ସେହିପରି ଟ୍ରକ ଚାଳକ ତ୍ରିପୁର ସାହୁଙ୍କ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କର ଚିକିତ୍ସା ଜାରି ରହିଛି ।
ଇଟିଭି ଭାରତ, ଢେଙ୍କାନାଳ