auto hits a bull in dhenkanal ଢେଙ୍କାନାଳ: ଜିଲ୍ଲାରେ ସଡକ ଦୁର୍ଘଟଣା । ଏକ ଷଣ୍ଢକୁ ଅଟୋ ଧକ୍କା ଦେବାରୁ ୭ ଜଣ ଗୁରୁତର ହୋଇଥିବା ସୂଚନା ମିଳିଛି । ଏଭଳି ଅଘଟଣ ଘଟିଛି ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ ବାଉଁଶକଣ ଛକ ନିକଟରେ । ସମସ୍ତ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ଗୁରୁତରଙ୍କ ମଧ୍ୟରେ ୬ଜଣ ମହିଳା ରହିଥିବା ବେଳେ ସେମାନେ ଯାଜପୁରର ବାସିନ୍ଦା ।
ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ଛଅ ଜଣ ମହିଳା ଗତକାଲି(ଗୁରୁବାର)ଭୁବନ ଆଦର୍ଶ ବିଦ୍ୟାଳୟରେ କାମ ସାରି ଏକ ଅଟୋ ଯୋଗେ ଘରକୁ ଫେରୁଥିଲେ । ହଠାତ ବାଉଁଶକଣ ଛକ ନିକଟ ଜାତୀୟ ରାଜପଥ ୫୩ରେ ଅଟୋଟି ଯାଉଥିବା ବେଳେ ଏକ ଷଣ୍ଢ ସାମ୍ନାକୁ ଆସିଯାଇଥିଲା । ଫଳରେ ଷଣ୍ଢ ସହତି ଅଟୋଚି ଧକ୍କା ହେବାରୁ ଅଟୋରେ ଥିବା ୬ଜଣ ମହିଳାଙ୍କ ସହ ଚାଳକ ଗୁରୁତର ହୋଇଥିଲେ ।
ଏହା ମଧ୍ୟ ପଢନ୍ତୁ-ମୁଖ୍ୟମନ୍ତ୍ରୀଙ୍କ ବାଲେଶ୍ବର ଗସ୍ତ ପରେ ଟାର୍ଗେଟ୍ କଲା ବିଜେପି
ଏନେଇ ଖବର ପାଇ ଭୁବନ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ । ତେବେ ଗୁରୁତର ଥିବା ଅଟୋ ଡ୍ରାଇଭର ହେଉଛନ୍ତି ସୁନିଲ ବେହେରା ବୟସ ୨୯ ବର୍ଷ । ସେହିପରି ଅନ୍ୟ ୬ ଜଣ ଗୁରୁତର ମହିଳା ହେଉଛନ୍ତି ରଞ୍ଜିତା ପଲେଇ, ଟୁକୁନୀ ନାଏକ, ଭାନୁ ଦେହୁରୀ, ମମତା ନାଏକ, ଦିପା ପଧାନ, ସ୍ବପ୍ନା ଦେହୁରୀ, ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଗ୍ରାମର ବୋଲି ଜଣାପଡିଛି ।
ଏହା ମଧ୍ୟ ପଢନ୍ତୁ-Digital India Gold Award: ରାଜ୍ୟକୁ ଇ-ଅବକାରୀକୁ ସ୍ୱର୍ଣ୍ଣ ପୁରସ୍କାର, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହେବ ଓଡିଶା
ଗତ ଅକ୍ଟୋବର ମାସରେ ଢେଙ୍କାନାଳ ସହର ଉପକଣ୍ଠ ୫୫ ନମ୍ବର ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଏକ ବାଇକ ଉପରେ କୋଇଲା ବୋଝେଇ ଟ୍ରକ ଚଢିଯିବାରୁ ଘଟଣାସ୍ଥଳରେ ହିଁ ବାଇକରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକ ଦୁଇଜଣ କାମାକ୍ଷାନଗର ତୁମୁସିଂହା ଅଞ୍ଚଳର ବୋଲି ବାଇକ ନମ୍ବରରୁ ଅନୁମାନ କରାଯାଇଥିଲା । ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅଧାରେ ଅଟକି ରହିଥିବା ଓ ତତକ୍ଷଣାତ ରାସ୍ତା ଡାଇଭର୍ସନ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଥିଲା । ଏହାପୂର୍ବରୁ ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା NH ୫୩ ବାରିହାପୁର କାମାକ୍ଷାନଗରରେ ଏକ ଟ୍ରକ ଧକ୍କାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଥିଲେ। ଉଭୟ ଶାଳକ ଭିଣୋଇ ଢେଙ୍କାନାଳ ସ୍ଥିତ କାମାକ୍ଷାନଗରିଆ ଢ଼ାବାରୁ ଭୋଜନ ସାରି ଏକ ବାଇକରେ ବାରିହାପୁର ଅଭିମୁଖେ ଯାଉଥିଲେ । ସେହି ସମୟରେ ସେମାନଙ୍କୁ ସାମ୍ନାପଟୁ ଆସି ଏକ ଟ୍ରକ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ପରଜଙ୍ଗ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ଶାଳକକୁ ମୃତ ଘୋଷଣା କରିଥିଲେ ।
ଇଟିଭି ଭାରତ, ଢେଙ୍କାନାଳ