ଢେଙ୍କାନାଳ:55 ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୋଲ ତଳକୁ ଖସିଲା ଟୁରିଷ୍ଟ ବସ୍ । ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 30 ଜଣ ଆହତ ହୋଇଛନ୍ତି । ଦୁଇ ମୃତକ ମହିଳା ହୋଇଥିବା ଜଣାପଡ଼ିଛି । ସମସ୍ତ ଗୁରୁତର ଆହତଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ 22 ଜଣଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ଗୋଟିଏ ସ୍ଥାନରେ ମିଳୁଛି ବିଭିନ୍ନ ରାଜ୍ୟର ସୌଖୀନ ଜିନିଷ, ହସ୍ତଶିଳ୍ପୀଙ୍କୁ ବଜାର ଯୋଗାଇଛି ପଲ୍ଲିଶ୍ରୀ ମେଳା
ଢେଙ୍କାନାଳ ଜିଲ୍ଲା 55 ନମ୍ବର ଜାତୀୟ ରାଜପଥ ପଞ୍ଚବଟି ନିକଟରେ ଏହି ଟୁରିଷ୍ଟ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କେନ୍ଦ୍ରାପଡ଼ାରୁ ହରିଶଙ୍କର, ନୃସିଂହନାଥ ଦର୍ଶନ ସାରି ଫେରୁଥିବା ବେଳେ ଢେଙ୍କାନାଳ ସଦର ଥାନା ପଞ୍ଚବଟୀ ନିକଟରେ ଭାରସାମ୍ୟ ହରାଇ ନୀଳମାଧବ ବସଟି ପୋଲ ତଳକୁ ଖସି ପଡ଼ିଥିଲା । ବସରେ ପ୍ରାୟ 47 ଜଣ ଯାତ୍ରୀ ଥିଲେ । ସମସ୍ତେ କେନ୍ଦ୍ରାପଡାର ଇଚ୍ଛାପୁର, ଜାଙ୍ଗୁଳିପଡା ଓ ବାରଙ୍ଗ ସାହିର ବୋଲି ଜଣାପଡ଼ିଛି ।
ମୃତକ ଦୁଇଜଣ କେନ୍ଦ୍ରାପଡା ଇଚ୍ଛାପୁରର ରେଣୁବାଲା ଜେନା ଓ ବିଜୟ ଲକ୍ଷ୍ମୀ ସ୍ୱାଇଁ ବୋଲି ଜଣାପଡ଼ିଛି । ସ୍ଥାନୀୟ ଲୋକଙ୍କ ସହାୟତାରେ ସଦର ଥାନା ପୋଲିସ ଗୁରୁତରଙ୍କୁ ଉଦ୍ଧାର କରି ପ୍ରଥମେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ 22 ଜଣଙ୍କୁ କଟକ ଏସସିବି ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି ।