ଓଡିଶା

odisha

ETV Bharat / state

ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ମାଡ ଖାଇଲେ ସୁରକ୍ଷା କର୍ମୀ - ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ମାଡ ଖାଇଲେ ସୁରକ୍ଷା କର୍ମୀ

ଡାକ୍ତରଖାନା ପରିସରରେ ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରିଥିଲେ ସୁରକ୍ଷା କର୍ମୀ । ଫଳରେ ତାଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଅଧିକ ପଢନ୍ତୁ...

ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ମାଡ ଖାଇଲେ ସୁରକ୍ଷା କର୍ମୀ
ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ମାଡ ଖାଇଲେ ସୁରକ୍ଷା କର୍ମୀ

By

Published : May 16, 2020, 9:49 PM IST

ଢେଙ୍କାନାଳ: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଅଭାବନୀୟ ଘଟଣା । ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ମାଡ ଖାଇଛନ୍ତି ଜଣେ ସୁରକ୍ଷା କର୍ମୀ । ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାର ଅଭିଯୋଗ ହୋଇଛି ।

ଗୁରୁତର ଅବସ୍ଥାରେ ଉକ୍ତ ସୁରକ୍ଷା କର୍ମୀଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ସୁରକ୍ଷା କର୍ମୀ ଜଣଙ୍କ ଦୀପକ ସ୍ବାଇଁ ଓ ତାଙ୍କ ଘର ଢେଙ୍କାନାଳ ସହର ବନମାଳୀ ପ୍ରସାଦ ଗ୍ରାମରେ ବୋଲି ଜଣାପଡିଛି । ସେ ଏସଆଇଏସ ନାମକ ସିକ୍ୟୁରିଟି ସଂସ୍ଥାରେ କାମ କରୁଥିବାବେଳେ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାର ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ ।

ଆପତ୍ତିଜନକ କାର୍ଯ୍ୟକୁ ବିରୋଧ କରି ମାଡ ଖାଇଲେ ସୁରକ୍ଷା କର୍ମୀ

ଶୁକ୍ରବାର ବିଳମ୍ବିତ ରାତ୍ରିରେ ଡାକ୍ତରଖାନା ପରିସରରେ ସ୍ଥାନୀୟ କଲୋନୀ ସାହିର ଜଣେ ଯୁବକ ଏକ ଯୁବତୀ ସହ ଆପତ୍ତିଜନକ କାର୍ଯ୍ୟ କରୁଥିବାକୁ ସେ ବିରୋଧ କରିଥିଲେ । ଫଳରେ ଶନିବାର ସେ କାର୍ଯ୍ୟ ସାରି ଘରକୁ ଫେରିବାବେଳେ ଡାକ୍ତରଖାନା ମୁଖ୍ୟ ଫାଟକ ନିକଟରେ ଉକ୍ତ ଯୁବକ ଜଣଙ୍କ ମାରଣାସ୍ତ୍ରରେ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଜଣାପଡିଛି । ଏ ସମ୍ପର୍କରେ ଢେଙ୍କାନାଳ ଟାଉନ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଢେଙ୍କାନାଳରୁ ଉର୍ମିଳା ପାତ୍ର, ଇଟିଭି ଭାରତ

ABOUT THE AUTHOR

...view details